ମୁତ୍ୟୁର ଅପେକ୍ଷାରେ ଧର୍ମଶାଳାର ଦୁଇ କିଡିନ୍ ରୋଗୀ, ସରକାର କାହା ପାଇଁ, କହା ପାଇଁ ଉଦ୍ଧିଷ୍ଟ ବିଜୁ କଲ୍ୟାଣ ଯୋଜନା

Spread the love

ଯାଜପୁର/ଧର୍ମଶାଳା, ୧୨/୧୧ (ସନ୍ଧାନ ନିୟୁଜ) ଚିକସôା କ୍ଷେତ୍ରରେ ବିକାଶ ଏବଂ ଗରିବ ମାନଙ୍କ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରି ଗରିବ ଲୋକଙ୍କ ଚିକିସôାରେ ଉନ୍ନତି କରୁଥିବା କହି ଡିଡିମ ପିଟୁଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ ଆୟୁସ୍ମାନ ଭାରତ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିଜୁ କଲ୍ୟାଣ ଯୋଜନାକୁ ନେଇ ଉଭୟଙ୍କ ମଧ୍ୟରେ ଟଣା ଓଟରା ଲାଗିରହିଛି । ଏହା ସତ୍ୱେ ଗରିବ ଲୋକମାନେ ଏହି ସୁବିଧାରୁ ବଂଚିତ ହେବା ସହିତ ଅନେକ ମୃତୁ୍ୟ ମୁଖରେ ପଡୁଛନ୍ତି । ଏପରି ଉହାହରଣ ସାଜିଛନ୍ତି ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ବଡରାଏପଡା ଗ୍ରାମର ଭାସ୍କର ମଲିକ ।

ଏବଂ ରାକ୍ଷୀପାଟଣା ଗ୍ରାମର ପରମାନନ୍ଦ ନାୟକ । ଭାସ୍କରଙ୍କ ପରିବାର କହିଲେ ବୁଢ଼ା ବାପା ମାଙ୍କର ଏକମାତ୍ର ପୁଅ ହେଉଚନ୍ତି ଭାସ୍କର । ଦୈନିକ ମଜୁରି ଲାଗି ନିଜର ୫ପ୍ରାଣୀ କଟୁମ୍ବ ପୋଷୁଥିବା ବେଳେ ୨ବର୍ଷ ତଳୁ କିଡିନ୍ ରୋଗରେ ପୀଡିତ ହୋଇ ମତୁ୍ୟର ଅପେକ୍ଷାରେ ଦିନ ଗଣୁଛନ୍ତି । ରୋଗ ଜଣାପଡିବା ପରେ ପରିବାର ବର୍ଗ ତାଙ୍କୁ କଟକ ବଡମେଡିକାଲରେ ଚିକସôା ନିମନ୍ତେ ଭର୍ତ୍ତିକରଥିଲେ । ସେଠାରେ ବିଳମ୍ବ ହେବାରୁ ଡାକ୍ତର ତାଙ୍କୁ ଅଶ୍ପନୀ ହସପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ହେଲେ ସେଠାରେ ଡାକ୍ତର ତୁରନ୍ତ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେବା ସହିତ ଏଥିପାଇଁ ୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ପରିବାର ଲୋକେ ଟଙ୍କା ଯୋଗାଡ କରିବାରେ ଅସମର୍ଥ ହେବାରୁ ଡାକ୍ତର ତାଙ୍କୁ ଘରକୁ ପଠାଇଦେଇଥିଲେ । ସେବେଠାରୁ ଘରେ ରହି ନିଜ ମୁତୁ୍ୟକୁ ଅପେକ୍ଷାରତ ହୋଇ କରୁଣ ଦୃଷ୍ଟିରେ ଚାହିଁ ରହିଛନ୍ତି ଭାଷ୍କର । ଆଉ ପରିବାର ମଧ୍ୟ ନିରୁପାୟ ଅବସ୍ଥାରେ ରହିଥିବା ବେଳେ ସରକାର ମଧ୍ୟ ସାହାର୍ଯ୍ୟ ଦେବା ପାଇଁ ପ୍ରୟାସ କରିନାହାନ୍ତି । ଏପରକି ସ୍ଥାନୀୟ ଲୋକପ୍ରତିନିଧିଙ୍କ ଜଣାଇ ମଧ୍ୟ ସୁଫଳ ହୋଇନଥିବା ଭାସ୍କରଙ୍କ ପିତା କହିଥିବା ବେଳେ ମା ପୁଅକୁ ବଂଚାଇବା ପାଇଁ ଆଖିରୁ ଲୁହ ନିଗାଡି ସମସ୍ତଙ୍କୁ କାକୁତି ମିନତୀ ହେଉଛନ୍ତି ।

https://www.youtube.com/watch?v=RBhaV0sYuR0

ସେହିଭଳି ଉତରପ୍ରତାପ ପଂଚାୟତ ରାକ୍ଷିପାଟଣା ଗ୍ରାମର ପରମାନନ୍ଦ ନାୟକ । କାମ ଧନ୍ଦା ପାଇଁ ରାଉରକେଲରେ ରହି ଗାଡିଚାଳକ ଭାବେ ଦିନ କାଟୁଥିବା ବେଳେ ପରିବାର ଦୁଈଜଣ ପୁଅଏବଂ ଝିଅ ମାନସିକ ରୋଗୀ । ଏପରିସ୍ଥଳେ ସେ ମଧ୍ୟ କିଡିନ ରେଗରେ ପୀଡି ହୋଇ ତାଙ୍କର ସର୍ମ୍ପକୀୟ ହରିଦାସପୁର କଦଳାସ୍ଥିତ ଭଉଣୀ ଘରେ ରହି ଚିକସôିତ ହେଉଛନ୍ତି । ପ୍ରତିଦିନ ରୋଗଭଲ ହେବା ପାଇଁ ସମାନ୍ୟ ଓøଷଧ୍ୟ ଖର୍ଚ୍ଚ ବହନ କରିବାରେ ମଧ୍ୟ ସେ ଅସମର୍ଥ ହୋଉଥିବା ବେଳେ ପରିବାର ଅନାହରରେ ଦିନ କାଟୁଛନ୍ତି । ପ୍ରତିଦିନ ୪ହାଜରରୁ ଅଧିକ ଓøଷଧ୍ୟ ଲାଗୁଥିବା ବେଳେ ଓøଷଧ୍ୟ କିଣିବାକୁ ମଧ୍ୟ ପାଖରେ ପାଇସାଟିଏ ନାହିଁ । ଏପରିସ୍ଥଳେ ଜିଲ୍ଲାପାଳଙ୍କୁ ଜଣାଇ ମଧ୍ୟ ସୁଫଳ ମିଳିପାରିନାହିଁ । ଫଳରେ ରେଗ ଭଲ ହେବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ତୁରନ୍ତ ରାଜ୍ୟ ସରକାର ଏହି ଦୁଇଜଣ ରୋଗୀଙ୍କ ସମ୍ପୁର୍ଣ୍ଣ ଦାୟିତ୍ୱ ନେଇ ଭଲ କରିବାକୁ ଗ୍ରାମବାସୀ ସମେତ ବିଭିନ୍ନ ମହଲରୁ ଦାବି ହେଉଛି । ନଚେତ ସରକାରଙ୍କ ଜନକଲ୍ୟାଣ ଯୋଜନାରେ ବଡବଡିଆଙ୍କ ପାଇଁ ବୋଲି ତାହା ପ୍ରମାଣିତ ହୋଇଯିବ ।

Report Santosh Rout, Jajpur and Deepak Malik Dharmasala

Related Posts

About The Author

Add Comment