ମୁଣ୍ଡରେ ଆଘାତ ଲାଗି ଆମେରିକୀୟ ବକ୍ସର “ପାଟ୍ରିକ ଡ଼େ”ଙ୍କର ମୃତ୍ୟୁ

Spread the love

ନୂଆଦିଲ୍ଲୀ, ୧୭/୧୦ (ସନ୍ଧାନ ନିଉଜ) : ଚିକାଗୋରେ ଖେଳାଯାଉଥିବା ବକ୍ସିଙ୍ଗ ଟୁର୍ଣ୍ଣାମେଣ୍ଟରେ ମୁଣ୍ଡରେ ଆଘାତ ଲାଗି ଜଣେ ଆମେରିକୀୟ ବକ୍ସରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆମେରିକାର ମୃତ ବକ୍ସରଙ୍କ ନାମ “ପାଟ୍ରିକ ଡ଼େ”(୨୭)।

ସୂଚନା ମୁତାବକ, “ପାଟ୍ରିକ ଡ଼େ” ଅକ୍ଟୋବର ୧୨ତାରିଖରେ ତାଙ୍କ ପ୍ରତିଦ୍ବନ୍ଦୀ ବକ୍ସିଙ୍ଗ ଖେଳାଳି କନବେଲଙ୍କ ସହ ରିଙ୍ଗରେ ଖେଳୁଥିବାବେଳେ କନବେଲଙ୍କ ଆଟାକରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପାଟ୍ରିକ ତତକ୍ଷଣାତ କିଛି ସମୟ ପାଇଁ ତଳେ ବସି ପଡ଼ିଥିଲେ। ପରେ ତାଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନା ନିଆଯାଇଥିଲା। ମୁଣ୍ଡରେ ଅଧିକ ଆଘାତ ଲାଗିଥିବାରୁ ତାଙ୍କର ଅତ୍ସୋପଚାର ମଧ୍ୟ କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ। ବୁଧବାର “ପାଟ୍ରିକ”ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Related Posts

About The Author

Add Comment