ମୁଗୁପାଳ କଲେଜ ଇଂରାଜୀ ବିଭାଗର ବିଦାୟୀ ଓ ସ୍ୱାଗତ ସମ୍ବର୍ଦ୍ଧନା
ମୁଗୁପାଳ କଲେଜ ଇଂରାଜୀ ବିଭାଗର ବିଦାୟୀ ଓ ସ୍ୱାଗତ ସମ୍ବର୍ଦ୍ଧନା
Manas Kumar Rout |
April 10, 2019 |
ରସୁଲପୁର, ୧୦/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ସର୍ବ ପୁରାତନ କଲେଜ ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟ(ମୁଗୁପାଳ କଲେଜ)ରେ ଆଜି ଇଂରାଜୀ ବିିଭାଗର ନବାଗତ-ବିଦାୟୀ ବିଦ୍ୟାର୍ଥୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧାନା ଜ୍ଞାପନ କରାଯାଇଛି । ଅଧ୍ୟାପିକା ପୁପୁଲ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷା ପ୍ରଫେସର ଡଃ ସୁସ୍ମିତା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରୀଛାତ୍ରମାନେ କଲେଜର ସମ୍ପତ୍ତି । ସେମାନେ ଶୃଙ୍ଖଳିତ ହେବା ସହ ପାଠପଢା ପ୍ରତି ମନୋବଳାଇବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ମମତା ବୋଇତାଇ, ଅଧ୍ୟାପକ ରମେଶ ସାର୍ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବିଦାୟୀ ଛାତ୍ରୀଛାତ୍ରମାନଙ୍କର ଭବିଷ୍ୟତ ଉଜ୍ଜବଳମୟ ହେଉ, ନୂତନ ବିଦ୍ୟାର୍ଥୀମାନେ ସଫଳ ହୁଅନ୍ତୁ ବୋଲି କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀ ଫିରଦୋଷ ତବାସୁମ ଖାନାମ, ସୋନାଲି ରାଉତ, ଲିପିକା ପତି, ଶୁଭଦର୍ଶି ସାହୁ ପ୍ରମୁଖ ଉଭୟ ବର୍ଗର ବିଦ୍ୟାର୍ଥୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
Related Posts
About The Author