ମୁଗୁପାଳ କଲେଜରେ ଜୀବନ ବିନ୍ଦୁ, ୧୭୭ ୟୁନିଟ ରକ୍ତ ସଂଗ୍ରହ

Spread the love

ରସୁଲପୁର, ୨୭/୨ (ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ଅଗ୍ରଣୀ କଲେଜ ଉପେନ୍ଦ୍ରନାଥ ସାରଦା ମହାବିଦ୍ୟାଳୟ(ମୁଗୁପାଳ) କଲେଜରେ ଆଜି ଶାସକ ଦଳ ବିଜେଡି ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପିକା ଅଧ୍ୟାପକଙ୍କ ସମେତ ଅନ୍ୟ କର୍ମଚାରୀଗଣ ଅକୁଣ୍ଠ ଚିତ୍ତରେ ସାହାର୍ଯ୍ୟ କରିଛନ୍ତି । କଲେଜ ପରିସରରକୁ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରାଯିବା, ତା ପୁଣି ଏକ କାର୍ଯ୍ୟ ଦିସରେ କର୍ମଚାରୀମାନେ ଉକ୍ତ କାର୍ଯ୍ୟରେ ସହଭାଗୀ ସାଜିବା ଘଟଣାକୁ ବୁଦ୍ଧିଜୀବୀଙ୍କ ମହଲରେ ନାପସନ୍ଦ କରାଯାଇଛି । ଶାସକ ଦଳ ପାଇଁ ଆଇନ କାନୁନ୍ ଆଖି ବୁଜି ଦେଉଛି ବୋଲି ବିରୋଧୀ ମତ ରଖିଛନ୍ତି ।
ଘଟଣାର୍ୁ ପ୍ରକାଶ ଯେ ଶାସକ ବିଜୁ ଜନତାଦଳ ପକ୍ଷରୁ ଦଳୀୟ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ, ସାଂଗଠନିକ ବୈଠକ, ଦଳୀୟ ସଭା ହେଉ ଅବା ସରକାରୀ କାର୍ଯ୍ୟକ୍ରମ ଭାବରେ ପିଠା, ବିଜୁ ଯୁବବାହିନୀ, କାଳିଆ ଯୋଜନା ଭଳି କାର୍ଯ୍ୟକ୍ରମାନ ଶିକ୍ଷାନୁଷ୍ଠାନରେ ଆୟୋଜନ କରାଯାଉଛି । ଏ ଦିଗରେ ରହିଥିବା ନିୟମକୁ ଶିକ୍ଷାନୁଷ୍ଠାନର ମୁଖିଆମାନେ ପାଳନ କରୁନାହାଁନ୍ତି । ଶିକ୍ଷାନୁଷ୍ଠାନକୁ ବ୍ୟବହାର କରାଯାଇ ନାନା କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଏହା ଜାଣି ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀଗଣ ନୀରବ ରହିବା ଘଟଣା ଏ ଦିଗରେ ସେମାନଙ୍କର ଭୂମିକା ସନେ୍ଦହ ଘେରକୁ ଟାଣି ଆଣୁଛି । ଫଳରେ ଶିକ୍ଷାନୁଷ୍ଠାନଗୁଡିକ ଖୋଲାଖୋଲି ଭାବରେ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର ହେଉଛି । ସେଥିମଧ୍ୟରୁ ମୁଗୁପାଳ କଲେଜରେ ଆୟୋଜିତ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଏକ ଉଦାହରଣ ମାତ୍ର । ଏହା ପୂର୍ବରୁ ମୁଗୁପାଳ ପଂଚାୟତର ସାରଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାଳିଆ ଯୋଜନା, ଜାବରା ପଂଚାୟତର ଜାବରା ନୋଡାଲ ହାଇସ୍କୁଲ ପଡିଆରେ ପିଠା ଯୋଜନା କାର୍ଯ୍ୟକାରୀ ହେବା ଭଳି ଅନେକ ଘଟଣା ନଜରକୁ ଆସିଛି । ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନକୁ ବ୍ୟବହାର କରାଯାଉଛି । ଏଥିରେ ବିଦ୍ୟାର୍ଥୀମାନଙ୍କୁ ବ୍ୟବହାର କରାଯାଉଛି । ଅନୁଷ୍ଟାନର କର୍ମକର୍ତ୍ତାମାନେ ଖୋଲାଖୋଲି ଭାବରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ପରିଚାଳନାରେ ସହେଯାଗ କରୁଥିବା ଘଟଣା ନଜରକୁ ଆସିଛି । ଏହି କ୍ରମରେ କୋରାଇ ନିର୍ବାଚନ ମଣ୍ଡଳି ଅଧିନସ୍ଥ ରସୁଲପୁର ବ୍ଲକର୯ଟି ପଞ୍ଚାୟତର ବିଜୁ ଜନତା ଦଳ କର୍ମୀ ଯୋଗଦେଇ ଥିଲେ । ଶିବିରରେ ୧୭୭ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଯାଜପୁର ସାସଂଦ ରୀତା ତରାଇ ଓ କୋରାଇ ବିଧାୟକ ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏବେ ପରୀକ୍ଷା ଋତୁରେ ଶିକ୍ଷାନୁଷ୍ଠାନ ଗୁଡିକ ନିଷିଦଦ୍ଧାଚଂଳ ଭାବରେ ବ୍ୟବହାର କରାଯାଉଛି । କଲେଜ ପରିସରକୁ ଲାଗିଥିବା ମୁଗୁପାଳ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ରହିଛି । ହେଲେ ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଆଦୌଧ୍ୟାନ ଦିଆଯାଇନାହିଁ । ଏହି ଘଟଣାକୁ ନେଇ ବିରୋଧୀମାନେ ଭିନ୍ନ ମତବ ରଖିଛନ୍ତି । ଭାଜପା ନେତା ସୁରେନ୍ଦ୍ର ପଣ୍ଡା ସରକାରୀ ଦଳ ଓ ସରକାରୀ ବାବୁମାନଙ୍କ ସଂପର୍କକୁ କଡ୍ଡା ଭାଷାରେ ନିନ୍ଦା କରିଛନ୍ତି । ଏ ଦିଗରେ ରହିଥିବା ଆଇନ କାନୁନ୍ ପ୍ରତି ଶିକ୍ଷାନୁଷ୍ଠାନର କତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀ ନଜର ନଦେବା ଘଟଣା ଦୁର୍ଭାଗ୍ୟଜନକ ବୋଲି ପଣ୍ଡା ପ୍ରକାଶ କରିଛନ୍ତି । ଏ ସଂପର୍କରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବଚରଣ ମାଝୀଙ୍କୁ ପଚାରିବାରୁ ସେ କାର୍ଯ୍ୟକ୍ରମ ପାଇଁ କଲେଜ ପରିସର ଆଇନସିଦ୍ଧ ନୁହେଁ । ମାତ୍ର ଏ ଦିଗରେ ଅଧ୍ୟକ୍ଷା ଡଃ ସୁସ୍ମିତା ମିଶ୍ର ନିଷ୍ପତ୍ତି ନେଇଛନ୍ତି ବୋଲି କହି ନିଜ ମୁଣ୍ଡରୁ ଦୋଷ ଠେଲି ଦେଇଛନ୍ତି ।

Click Allow two time for subscribe our channel

Related Posts

About The Author

Add Comment