ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ଟେଲିଫୋନ୍ ନମ୍ବର
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ଟେଲିଫୋନ୍ ନମ୍ବର
Manas Kumar Rout |
April 10, 2019 |
ଭୁବନେଶ୍ୱର, ୧୦/୪ (ସନ୍ଧାନ ନିୟୁଜ) ଦିନକ ପରେ ସପ୍ତଦଶ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଟେଲିଫୋନ ନମ୍ବର ଗୁଡ଼ିକ ଜାରି ହୋଇଛି।
ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ ଗତ ମାର୍ଚ୍ଚ ୧୧ରୁ ଖୋଲା ଯାଇଥିଲେ ବି ସାଧାରଣ ଜନତାଙ୍କ ଉପକାର ପାଇଁ ଟେଲିଫୋନ୍ ନମ୍ବର ଗୁଡ଼ିକ ଜାରି କରାଯାଇଛି।
ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସୂଚନା ଅନୁସାରେ ସାଧାରଣ ଜନତା ଏହି ଟେଲିଫୋନ୍ ନମ୍ବର ଗୁଡ଼ିକ ମାଧ୍ୟମରେ ନିର୍ବାଚନ ସଂପର୍କୀତ ତଥ୍ୟ ହାସଲ ଓ ଅଭିଯୋଗ କରିପାରିବେ।
୦୬୭୪-୨୩୯୫୦୧୫
୦୬୭୪-୨୫୧୦୨୩୦
୦୬୭୪-୨୫୧୦୨୩୧ (ଫ୍ୟାକ୍ସ)
ସୂଚନାଯୋଗ୍ୟ କଳାହାଣ୍ଡି, କୋରପୁଟ, ବ୍ରହ୍ମପୁର ଓ ନବରଙ୍ଗୁର ଲୋକସଭା ଆସନ ଏବଂ ଏହି ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦିନକ ପରେ ଅର୍ଥାତ ଏପ୍ରିଲ ୧୧ରେ ମତଦାନ ହେବ। ଏଥି ପାଇଁ ଆଜି ସନ୍ଧ୍ୟାରେ ରାଜନୈତିକ ଦଳ ଗୁଡ଼ିକର ପ୍ରଚାର ବନ୍ଦ ହୋଇଯାଇଛି।
Related Posts
About The Author