ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କୁ ଏବେ ମିଳିବ ୩୦ ପ୍ରତିଶତ ଦରମା, ଅଫିସର ପାଇବେ ୫୦ ପ୍ରତିଶତ

Spread the love
ଭୁବନେଶ୍ୱର, ୦୧/୦୪ (ସନ୍ଧାନ ନିୟୁଜ) : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ସ୍ଥିତିର ଅର୍ଥନୀତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନେ ୩୦ ପ୍ରତିଶତ ଦରମା ପାଇବେ। ବାକି ୭୦ ପ୍ରତିଶତ ଦରମା ପରେ ମିଳିବ। ସେହିପରି ରାଜ୍ୟ ସରକାରଙ୍କ ସମସ୍ତ ନିଗମ ଅଧ୍ୟକ୍ଷ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବ। ଆଇଏଏସ, ଆଇପିଏସ ଓ ଆଇଏଫଏସ ଅଫିସରଙ୍କୁ ୫୦ ପ୍ରତିଶତ ଦରମା ମିଳିବ। ବାକି ୫୦ ପ୍ରତିଶତ ପରେ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

Related Posts

About The Author

Add Comment