ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା କଲେ ବବି

Spread the love
ଭୁବନେଶ୍ବର, ୦୨/୦୭/୨୦ (ସନ୍ଧାନ ନିଉଜ)  : ରାଜ୍ଯ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବିଜେଡ଼ିର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) l ରାଜ୍ଯ ରାଜନୀତି କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ ହୋଇପାରିଥିବା ବବି ଏବେ ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ୱସ୍ତ ପାଲଟି ଯାଇଛନ୍ତି l ୧୯୭୨ ମସିହା ଜୁନ୍ ମାସ ୨୮ ତାରିଖରେ ଯାଜପୁର ସହରରେ ଜନ୍ମ ଗ୍ରହଣ କରିଥିବା ବବିଙ୍କୁ ନିଜର ବିଚକ୍ଷଣତା ଓ ବାପା ସ୍ଵର୍ଗତ ଅଶୋକ ଦାସଙ୍କ ରାଜନୈତିକ ଗୋଟି ଚାଳନାର ପ୍ରଭାବ ଅତି ଅଳ୍ପ ଦିନରେ ଜଣେ ଦକ୍ଷ ରାଜନୀତିଜ୍ଞ ହୋଇ ପlରିବାରରେ ସହାୟତା କରିଥିଲା l ପ୍ରତ୍ୟେକ୍ଷ ରାଜନୀତିରେ ପ୍ରବେଶ ପର ଠାରୁ ଯାଜପୁରରୁ ସେ ଲଗାତାର ବିଧାୟକ ଭାବେ ଜିତି ଆସୁଛନ୍ତି l ଯାଜପୁର ସହରର ବିକାଶ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳର ସମସ୍ୟାକୁ ସମାଧାନ କରିବା ଉପରେ ସେ ଗୁରୁତ୍ଵ ଆରୋପ କରି ଆସୁଛନ୍ତି l ଅଳ୍ପ ବୟସରେ ବବିଙ୍କ ରାଜନୈତିକ ଅଭିଜ୍ଞତା ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ବିଶ୍ୱସ୍ତ କରିପାରିଛି l ବବିଙ୍କ ଏପରି ଲୋକପ୍ରିୟତା କୁ କେତେକ ଗୋଷ୍ଠୀ ସହ୍ୟ କରିପାରୁ ନ ଥିବା ବେଳେ ସେ କିନ୍ତୁ ବିକାଶ ଓ ସାଙ୍ଗଠନିକ ଶକ୍ତି ବୃଦ୍ଧି କରିବାରେ ଲାଗିପଡ଼ିଛନ୍ତି l

Related Posts

About The Author

Add Comment