ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଅଦାନୀ ପୋର୍ଟସ ୨୫ କୋଟି, ଆଇସିଆଇସିଆଇ ବ୍ୟାଙ୍କ ୧୦ କୋଟି

Spread the love

ଭୁବନେଶ୍ଵର, ୭/୫ (ସନ୍ଧାନ ନିୟୁଜ): ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଅଜି ଅନେକ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଆଦାନୀ ଯୋର୍ଟସ ଓ ଏସ୍.ଇ.ଜେଡ୍ ପକ୍ଷରୁ ୨୫ କୋଟି ଟଙ୍କା ଦିଅଯାଇଥିବା ବେଳେ, ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଦିଆଯାଇଛି। ସେହିପରି ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ୨୫ ଲକ୍ଷ ଏବଂ Eqipage Infracore Pvt. Ltd. ପକ୍ଷରୁ ଏହାର କର୍ମଚାରୀମାନେ ଗୋଟିଏ ଦିନର ଦରମା ଭାବେ ୮୩ ହଜାର ଟଙ୍କା ଦାନ କରିଛନ୍ତି। ଆଦାନୀ ପୋର୍ଟସ ପକ୍ଷରୁ ଏହାର CEO ଶ୍ରୀ କରନ ଅଦାନୀ, ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏହାର ରିଟେଲ ବିଜିନେସ ମୁଖ୍ୟ ଶ୍ରୀ ସିଦ୍ଧାର୍ଥ ମିଶ୍ର, ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଭୁବନେଶ୍ବରର Regional Manager ଶ୍ରୀ ୱାଇ.ଏନ୍. ଦ୍ବିବେଦୀ ଏବଂ Equipage Infracrore Pvt. Ltd. ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୀବ ନାୟକ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଛନ୍ତି।

ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment