ଭୁବନେଶ୍ୱର, : ରାଜ୍ୟର ସମସ୍ତ ସରକାରି ଚାକିରିଆ ଓ ପେନସନ୍ ଭୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଉପହାର । ବୃଦ୍ଧି ପାଇଲା ସରକାରି ଚାକିରିଆ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତା ।
ରାଜ୍ୟ ସରକାର ଆଜି ଏନେଇ ଘୋଷଣା କରିଛନ୍ତି । ପୂର୍ବରୁ ମହଙ୍ଗା ଭତ୍ତା ୧୭ ପ୍ରତିଶତ ରହିଥିବା ବେଳେ ଏଥିରେ ଆଉ ୧୧ ପ୍ରତିଶତ ବୃଦ୍ଧି ପାଇ ୨୮ ପ୍ରତିଶତରେ ପହଞ୍ଚିଛି ।
ପୂଜା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିବା ବେଳେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ମାସରୁ ମିଳିବ ।
ଅକ୍ଟୋବର ମାସ ଦରମାରେ ରାଜ୍ୟର ସମସ୍ତ ସରକାରି ଚାକିରିଆ ପେନସନ୍ ଭୋଗୀଙ୍କୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବ ।
ରାଜ୍ୟ ସରକାରଙ୍କ ଏହି ନିଷ୍ପତିରେ ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ ଭୋଗୀ ଉପକୃତ ହେବେ ।