ମୁକେଶ ଅମ୍ବାନି ବିଶ୍ବର ୧୩ତମ ବଡ଼ ଧନୀ

Spread the love

ନୂଆଦିଲ୍ଲୀ, ୬/୩ (ସନ୍ଧାନ ନିୟୁଜ): ଫୋର୍ବସ ପତ୍ରିକା ପକ୍ଷରୁ ପ୍ରକାଶିତ ଚଳିତବର୍ଷର ଧନୀ ତାଲିକାର ଶୀର୍ଷରେ ପୁଣି ଆମେରିକାର ଇ-କମର୍ସ ବ୍ୟବସାୟୀ ତଥା ଆମାଜନ ମୁଖ୍ୟ ଜେଫ୍‌ ବେଜୋସ୍ ରହିଛନ୍ତି। ୫୫ ବର୍ଷୀୟ ବେଜୋସ୍‌ଙ୍କ ସମ୍ପତ୍ତି ବର୍ଷକରେ ୧୯ ବିଲିଅନ ଡଲାର ବୃଦ୍ଧି ଘଟି ୧୩୧ ବିଲିଅନ ଡଲାରରେ ପହଞ୍ଚିଛି। ବେଜୋସ୍‌ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଓ ତୃତୀୟ ସ୍ଥାନରେ ବର୍କସାୟାର ହାଥ୍‌ୱେଜ୍‌ ମୁଖ୍ୟ ୱାରେନ୍ ବଫେ ରହିଛନ୍ତି। ଭାରତର ମୁକେଶ ଅମ୍ବାନି ତ୍ରୟୋଦଶ ସ୍ଥାନରେ ରହିଛନ୍ତି। ୨୦୧୮ରେ ତାଙ୍କ ସମ୍ପତ୍ତି ୪୦.୧ ବିଲିଅନ ଡଲାର ଥିବାବେଳେ ୨୦୧୯ରେ ତାହା ୫୦ ବିଲିଅନ ଡଲାରକୁ ବୃଦ୍ଧି ପାଇଛି। ଫଳରେ ସେ ଉନବିଂଶ ସ୍ଥାନରୁ ତୟୋଦଶ ସ୍ଥାନକୁ ଆସିଯାଇଛନ୍ତି। ୱିପ୍ରୋର ଅଜିମ୍ ପ୍ରେମଜୀ ୩୬ତମ (୨୨.୬ ବିଲିଅନ ଡଲାର) ସ୍ଥାନରେ ରହିଥିବାବେଳେ ଏଚସିଏଲର ସହ ପ୍ରତିଷ୍ଠାତା ଶିବ ନାଦର ୮୨ତମ, ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ତଥା ସିଇଓ ଲକ୍ଷ୍ମୀ ମିତ୍ତଲ ୯୧ତମ ସ୍ଥାନରେ ରହିଛନ୍ତି।

Related Posts

About The Author

Add Comment