ଭୁବନେଶ୍ୱର, ୨୬/୧୧ (ସନ୍ଧାନ ନିଉଜ): ‘ମୁଁ ସୁରକ୍ଷିତ ନୁହେଁ, ମତେ ସୁରକ୍ଷା ଦରକାର’, ଆଜି ଏମିତି ଏକ ବିସ୍ଫୋଟକ ବୟାନ୍ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଗତକାଲିର ଆଚାର୍ଯ୍ୟ ବିହାର ଘଟଣାକୁ ନେଇ ଆଜି ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଛନ୍ତି ଅପରାଜିତା । ଏବଂ ଜଣେ ମହିଳା ସାଂସଦ ହିସାବରେ ସେ ସୁରକ୍ଷିତ ନୁହନ୍ତି ବୋଲି କହି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ । ଗତ କାଲି ଅପରାଜିତାଙ୍କ କାର୍ଯ୍ୟକ୍ରମରେ ବିଜେଡ଼ି କର୍ମୀ ମାନଙ୍କ ଦ୍ୱାରା ଗଣ୍ଡୋଗଳ କରାଯାଇଥିବା ଅଭିଯୋଗ କରିଛନ୍ତି ସାଂସଦ । ତେବେ ଏହି ମାମଲାକୁ କଡା ବିରୋଧ କରିଛି ବିରୋଧୀ । ଏହି ପ୍ରସଙ୍ଗରେ ଅପରାଜିତା ଷଡଙ୍ଗୀ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁରା ରାଜ୍ୟର ମୁଖିଆ ହିସାବରେ ଏସବୁ ପାଇଁ ରାଜ୍ୟ ସରକାର ହିଁ ଦାୟୀ । କାଲିର ଘଟଣା ସିଧାସଳଖ ଭାବରେ ସ୍ପଷ୍ଟ କରୁଛି ଯେ ରାଜ୍ୟରେ କେତେ ଅସୁରକ୍ଷିତ ହୋଇ ପଡିଛନ୍ତି ମହିଳା ଏବଂ କାଲିର ଘଟଣା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରୁଛି ବୋଲି ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ମୁଁ ସୁରକ୍ଷିତ ନୁହେଁ, ମତେ ସୁରକ୍ଷା ଦରକାର : ଅପରାଜିତା ଷଡଙ୍ଗୀ
|
November 26, 2021 |
