ଏ ନୀଳ ଆକାଶ ତଳେ
ମୁଁ ଏକ ଟିକି ଚଢେଇ
ଉଡିଯିବି ବହୁଦୂରେ
ଛୋଟିଆ ଡେଣା ମେଲେଇ || ୧ ||
ଉଡି ଉଡି ଜଗତରେ
ଗାଇବି ପ୍ରେମର ସଂଗୀତ
ସେନେହ ମମତା ଫାଶେ
ବୋହିବି ସଂସାରର ସ୍ରୋତ || ୨ ||
ସତ୍ୟ ଧର୍ମ ଶାନ୍ତି ପ୍ରେମ
ଅହିଂସାର ମନ୍ତରରେ
ସମସ୍ତଙ୍କୁ ବାନ୍ଧିଦେବି
ମୁହିଁ ଏକତା ସୂତ୍ରରେ || ୩ ||
ମଧୁର ବଚନ କହି
ଜିଣିବି ସାରା ଜଗତ
କାହାରି ମନରେ କେବେ
ତିଳେ ନ ଦେବି ଆଘାତ || ୪ ||
ଦୁଃଖୀ ରୋଗୀ ସେବାକରି
ଯାଉ ଏ ଜୀବନ ବିତି
ପ୍ରଭୁ ପାଦତଳେ ସଦା
ଏତିକି ମୋର ମିନତି || ୫ ||
Related Posts
About The Author
Add Comment