ଭୁବନେଶ୍ୱର,୨୬/୦୩ (ସନ୍ଧାନ ନିୟୁଜ ): ‘କରୋନା’ର ମୁକାବିଲା ପାଇଁ ଭାରତ ସରକାର ସମଗ୍ର ଦେଶକୁ ଲକ୍ଡାଉନ୍ କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ୍ କରାଯାଉଛି। ‘କରୋନା’ ଭୟାବହତାକୁ ନେଇ ବୁଝିବା ଲୋକ ବୁଝିଯାଉଛନ୍ତି। ହେଲେ ଅବୁଝା ଲୋକଙ୍କୁ କିଏ ବୁଝାଇବ? ସରକାରଙ୍କ ଲକ୍ ଡାଉନ୍ ଗାଇଡ୍ଲାଇନ୍କୁ ଉଲ୍ଲଘଂନ କରି ରାସ୍ତାରେ ବୁଲୁଛନ୍ତି। ରାଜ୍ୟର ପ୍ରାୟ ସବୁ ଜିଲ୍ଲା ଓ ସବୁ ସହରରେ ଦେଖିବାକୁ ମଳିଛି ଏଭଳି ଦୃଶ୍ୟ। ଆଉ ଅମାନିଆ ଅବୋଲକରାଙ୍କୁ ସାବାଡ଼ କରିବା ପାଇଁ ପିଟିଥିଲା ପୁଲିସ। ଖାଲି ସେତିକି ନୁହେଁ, କେଉଁଠି ଉଲ୍ଲଘଂନକାରୀଙ୍କୁ ପୁଲିସ କାନ ଧରି ଉଠ୍ ବସ୍ କରାଉଛି ତ ଆଉ ପଚାରି ଝାଳ ବୁହାଇ ଦେଉଛି। କାନ ଧରି ଉଠ୍ବସ୍ ହେବା ପରେ ଉଲ୍ଲଘଂନକାରୀ କରୁଛନ୍ତି, କାଲିଠାରୁ ଘରୁ ବାହାରିବୁନି।
ମୁଁ କାନ ଧରି ଉଠ୍ବସ୍ ହେଉଛି, କାଲିଠାରୁ ଘରୁ ବାହାରିବିନି
|
March 26, 2020 |
