ବ୍ରହ୍ମପୁର, ୨୫/୯ (ସନ୍ଧାନ ନିୟୁଜ) ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଗତକାଲି ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ନୂତନ ଭାବେ ଦଳରେ ସାମିଲ ହେବାକୁ ଆସିଥିବା ଜଣେ କର୍ମୀଙ୍କୁ ଚାପୁଡ଼ା ମାରୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହା କେଉଁ ପରିସ୍ଥିତିରେ ଘଟିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଭିନ୍ନ ଆଡୁ ସାଂସଦଙ୍କ ଆଚରଣକୁ ନେଇ ଅଙ୍ଗୁଳି ଉଠିଛି। କେବଳ ସେତିକି ନୁହେଁ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏହି ଘଟଣାକୁ ଦେଖି ଯେଭଳି ମୁଦ୍ରାରେ ରହିଛନ୍ତି ତାହାକୁ ନେଇ ବି ପ୍ରଶ୍ନ ଉଠିଛି। ତେବେ ଏନେଇ କାହାର ବି ଏଯାଏଁ ପ୍ରତିକ୍ରିୟା ମିଳିପାରିନାହିଁ।
ମିଶ୍ରଣ ପର୍ବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କର୍ମୀଙ୍କୁ ମାରିଲେ ଚାପୁଡ଼ା
|
September 25, 2019 |