ମିଶନ ଶକ୍ତି ଘୋଷଣାପାଇଁ ଭାଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଲିନ ଚିଟ୍ ଦେଲେ ନିର୍ବାଚନ କମିସନ୍

Spread the love

ନୂଆଦିଲ୍ଲୀ, ୨୯/୩ (ସନ୍ଧାନ ନିଉଜ) : ଗତ ବୁଧବାର ଦିନ ମିଶନ ଶକ୍ତି ଘୋଷଣା ପାଇଁ ଭାଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ କମିସନ୍ କ୍ଲିନ୍ ଚିଟ୍ ଦେଇଛନ୍ତି। ଏଥିରେ ଆଚାର ସଂହିତା ଉଲ୍ଲଙ୍ଘନ କରାଯାଇ ନାହିଁ ବୋଲି ନିର୍ବାଚନ କମିସନ କହିଛନ୍ତି । ଏହା କୌଣସି ପ୍ରକାରର ଦଳୀୟ ପ୍ରଚାର ନଥିଲା ବୋଲି ବି ସ୍ପଷ୍ଟ କରିଛନ୍ତି । ସେ ନିଜ ଘୋଷଣାରେ ଭୋଟ ପାଇଁ ମଧ୍ୟ ଅପିଲ କରି ନାହାଁନ୍ତି ବୋଲି ନିର୍ବାଚନ କମିସନ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ଶକ୍ତି ଘୋଷଣା ଜରିଆରେ ଆଚାର ସଂହିତା ଉଲ୍ଲଙ୍ଘନ କରିଛନ୍ତି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯିବା ପରେ ନିର୍ବାଚନ କମିସନ୍ ଏହାର ତନଖି ଲାଗି ଏକ ଟିମ୍ ଗଠନ କରିଥିଲେ। ଦୂରଦର୍ଶନ ଏବଂ ଆକାଶବାଣୀଠାରୁ ଏହି ବିଷୟରେ ସୂଚନା ମଧ୍ୟ ହସ୍ତଗତ କରିଥିଲେ କମିସନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣର ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ସରକାରଙ୍କ ଉପଲବ୍ଧି ବିଷୟରେ କହିଛନ୍ତି ଏବଂ ତାଙ୍କ ଭାଷଣରେ ରାଷ୍ଟ୍ରୀୟ ସୁରକ୍ଷା ସହ ସମ୍ବନ୍ଧିତ କୌଣସି ବିଷୟ ନାହିଁ ବୋଲି ଅଭିଯୋଗ ଆସିବାପରେ ନିର୍ବାଚନ କମିସନ୍ ଏହି ତଦନ୍ତ କରାଇଥିଲେ ।

Related Posts

About The Author

Add Comment