ଯାଜପୁର/୧୩/୧୨/ସନ୍ଧାନ ନିଉଜ୍)ଆଜି ବି ମଧ୍ୟ ଆମ ସଂସ୍ପର୍ଶ ରେ ଏମିତି ପରିବାର ଅଛନ୍ତି ଯିଏକି ପେଟ ର ଭୋକ ମାରିବାକୁ ଦାନା, ଲାଜ ଢାଙ୍କିବା କୁ ଖଣ୍ଡେ କନା ଦେଖିବା ସାତ ସପନ l ହଁ ଆଜ୍ଞା ଆମେ କୌଣସି ଯାତ୍ରା ଜଗତର କଥା କି କୋଉ ସିନେମା କଥା କୋହୁନାହୁଁ ଆମେ କହୁଛୁ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ର ନଗଡା ଗ୍ରାମ ଅଧୀନ ରେ ଥିବା ତୁମୁଣୀ ଠାରେ ଦୀର୍ଘ ବର୍ଷ ଧରି ବସ ବାସ କରୁଥିବା ଅନେକ ପରିବାର ର ଦୁଃଖ କହିଲେ ନ ସରେl ରାଜ୍ୟ ସରକାର ବହୂ ଦିନ ହେବ ଡେଙ୍ଗୁରା ପିଟିବା ଗାଁ କୁ କାମ ମାଆ ଙ୍କୁ ସମ୍ମାନ ନାରା ଦେଇ ଆସୁଛନ୍ତି କିନ୍ତୁ ଏଇ ଦୃଶ୍ୟ ଦେଖିବା ପରେ ଆପଣ ନିଜେ ଜାଣି ପାରିବେ ଉକ୍ତ ଗାଁ ରେ ଉନ୍ନତ ମୂଳକ କାମ କଣ କରିଛନ୍ତି ମାଆ ଗଙ୍ଗେଇ ଜାଣନ୍ତି କିନ୍ତୁ ଏଥି ମୁଣ୍ଡ ଗୁଞ୍ଜିବାକୁ ବାସ ଗୃହ ଟିଏ ଅଛି,ନା ପଦାକୁ ଯିବାକୁ ରାସ୍ତା ଟିଏ ଅଛି,ନା ବିଜୁଳି ବତୀ ର ଆଲୋକ ଅଛି, ନା ବିଶୁଦ୍ଧ ପାନୀୟ ଜଳ ର ସୁବିଧା ଅଛି,ବାକି ରହିଲା ମାଆ ଙ୍କୁ ସମ୍ମାନ;ଖାଦ୍ୟ ଅଭାବ ରୁ ସନ୍ତାନ ସାଜିଛି ରୋଗା ଗ୍ରସ୍ତ ନା ମରୁଚି ପେଟ ର ଭୋକ ନା କମୁଛି ମନର ଦୁଃଖ!ସିଧା ସଳଖ କହିବାକୁ ଗଲେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ହୁଅନ୍ତୁ କି ତାଙ୍କ ସୂ ପୁତ୍ର ସ୍ଥାନୀୟ ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ କଥା କୁହନ୍ତୁ ବଡ ବଡ ଷ୍ଟେଜ ରେ ବଡ ବଡ ଭାଷଣ ସୁଣିଥିବେ କିନ୍ତୁ ବାପ ପୁଅ ଶାସନ କାଳରେ ଘଟି ଚାଲିଛି ବିକାଶ ନାଁ ରେ ସର୍ବନାଶ ଏଥି ପ୍ରଶାସନ ସିନା ସାଜିଛି ଦୃଷ୍ଟି ହିନ ହେଲେ ଗୋଟେ ମାଆ କେମିତି ପଢ଼ିବ,ଆଉ ଗୋଟେ ମାଆ ର ଲୁହରେ ଲେଖା ହୋଇଥିବା ଜୀବନ କାହାଣୀ?
ଗୋଟେ ମାଆ କେମିତି ଦେଖି ସହି ପାରିବ,ଆଉ ଗୋଟେ ମାଆ ର ଚିରା ପଣତ କାନି?ଏ ସମାଜ କୁ ଭଲ ପାଉଥିବା ସ୍ନେହ ଶ୍ରଦ୍ଧା ଓ ସମ୍ମାନ କରୁଥିବା କିଛି ସମାଜସେବୀ ମନ ରେ ଦୃଢ ଆଶା ବାନ୍ଧି ନିଷ୍ପତି ନେଇଥିଲେ ଗଢିବାକୁ *”ମିଶନ ନଗଡା”* ପ୍ରାୟାସ ଏକ ପରିବର୍ତ୍ତନ ର ଲକ୍ଷ୍ୟ ରେ ଓଡ଼ିଶା ର ଅନେକ ସ୍ଵେଚ୍ଛା ସେବୀ ଭାଇ ଭଉଣୀ ବହୂ ସଂଘର୍ଷ କରି ନିଜ ଜୀବନକୁ ବାଜି ଲଗାଇ ପାହାଡ ଜଙ୍ଗଲ ମଧ୍ୟରେ ୫,କି.ମି ଅତିକ୍ରମ କରି ପହଞ୍ଚି ଥିଲେ ଆଉ ସରକାରୀ ସମସ୍ତ ସୁବିଧା ରୁ ବଞ୍ଚିତ ଥିବା ବା ଦୁର୍ଦ୍ଦିନ ରେ ଚଳୁଥିବା ପରିବାର କୁ ଭେଟି ଥିଲେ ଏବଂ ଶୁଖିଲା ଖାଦ୍ୟ, ବସ୍ତ୍ର ଏବଂ କମ୍ବଳ ବଣ୍ଟନ କରିବା ସହିତ ଏକ ଡାକ୍ତରୀଦଳ ଉପସ୍ଥିତ ରହି ଆଗାମୀ ଦିନରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଦିଗରେ ଆଲୋଚନା କରିଥିଲେ l
ମିଶନ ନଗଡା ପ୍ରାୟସ ପରିବର୍ତ୍ତନର
|
December 14, 2023 |
