ମିଶନ ଚୁନି ମାଉସୀ -ଏକ ସଂଘର୍ଷ ର କାହାଣୀ (ଦେବଦୂତ ସାଜିଲେ ଡ଼ା ନିହାର ରଞ୍ଜନ କର ଓ ସଚେତନ ନାଗରିକ ମଞ୍ଚ )

Spread the love

ଜେନାପୁର/୨୮/୦୩/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ) କଥାରେ ଅଛି ଗରିବ କୁ ଦଇବ ସାହା  ।
ଏହି କଥାକୁ ପ୍ରତିପାଦନ କରୁଛି ଆଜି ର ଏହି ହୃଦୟସ୍ପର୍ଶୀ ଗରିବ ମା ର ଜୀବନ କାହାଣୀ ।
ଏକ ଦୁଃଖୀ ,ଗରିବ ,ବିଧବା, ଅସହାୟା ମହିଳା ହେଉଛନ୍ତି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଚୌଷଠିପଡ଼ା ଗ୍ରାମର ସ୍ବର୍ଗତ ପୂର୍ଣଚନ୍ଦ୍ର ବେହେରା ଙ୍କ ଧର୍ମପତ୍ନୀ ଚୁନି ବେହେରା ।
ତିନି ଝିଅ ଙ୍କୁ ବାହା ଦେଇ ଥିବା ବେଳେ ସାନ ଝିଅ ମିତା ମୂଲ ଲାଗି ପରିବାର ପ୍ରତିପୋଷଣ କରାଏ  ।କଷ୍ଟରେ ହୋଉ ପଛେ ଦୁଇ ଓଳି ଦୁଇ ମୁଠା ଖାଇ ଚଳି ଯାଆନ୍ତି ମା ,ଝିଅ ।
ହସ ,ଖୁସି ,ଦୁଃଖ ,ସୁଖ ରେ ଚାଲିଥାଏ ଜୀବନ ରଥ ।
ହଟାତ କୋଉ ଏକ ଦୁଷ୍ଟଶକ୍ତି ର ଲୋଲୁପ ଦୃଷ୍ଟି ପଡ଼ିଯାଏ ଗରିବ ଚୁନି ମାଉସୀ ର ଛୋଟିଆ ସଂସାର ଉପରେ ।
ଅସୁସ୍ଥ ହୋଇପଡେ ଗରିବ ଅସହାୟା ମା ଟି ।ଝିଅ ଟିର ଆଖିରୁ ଲୁହ ଶୁଖେନି ,ତଥାପି ମନରେ ଥାଏ ମା କୁ ଭଲ କରିବାର ଅସୀମ ସାହସ ଓ ଧର୍ଯ୍ୟ ।କିନ୍ତୁ ବାଧା ଦୋଉଥାଏ ଅର୍ଥ ଆଉ ନିଜର ଅନଭିଜ୍ଞତା ।ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଜଣାପଡେ ଗରିବ ମା ଟି ପ୍ରାଣଘାତକ ସ୍ତନ କର୍କଟ ରୋଗରେ ପୀଡିତ ହୋଇଛି ।ଡାକ୍ତର ଙ୍କ  ଠାରୁ ନିଜ ରୋଗ ବିଷୟରେ ଜାଣି ହୋସ ଉଡି ଯାଏ ମା ଝିଅ ଙ୍କର ।
ଏ ମେଡିକାଲ ରୁ ସେ ମେଡିକାଲ ସେ ମେଡିକାଲ ରୁ ଏ ମେଡିକାଲ ଦୌଡ଼ି ଦୌଡ଼ି ନିରାଶ ହେଇଯାଆନ୍ତି ମା ଓ ଝିଅ ମିତା ।ମା ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ସମ୍ପୂର୍ଣ ଭାଙ୍ଗି ପଡେ ଅସହାୟା ଝିଅ ମିତା ।
ଝିଅ ମିତା ଗ୍ରାମାଞ୍ଚଳ ରେ ବସବାସ କରୁଥିବାରୁ  ଓ ଶିକ୍ଷାଗତ ଯୋଗ୍ୟତା କମ ଥିବାରୁ ବହୁତ ଅସୁବିଧା ସମ୍ମୁଖୀନ ହେବା ସହ ଅନ୍ୟଥା ଖର୍ଚ୍ଚାନ୍ତ ରେ ପଡେ ।
କାଳକ୍ରମେ ମିତା ର ସଂସ୍ପର୍ଶ ରେ ଆସନ୍ତି “ସଚେତନ ନାଗରିକ ମଞ୍ଚ “ର ଆବାହକ ସମାଜସେବୀ ସରୋଜ କାନ୍ତ ବେହେରା ଏବଂ ଯୁବ ସମାଜସେବୀ ରୋଟାରୀଆନ ଡ଼ା ନିହାର ରଞ୍ଜନ କର ।
ପ୍ରତିଜ୍ଞା କରନ୍ତି  ଚୁନି ମାଉସୀ ର ଦାୟିତ୍ବ ନେବା ପାଇଁ ।
ପ୍ରଚେଷ୍ଟା ଆରମ୍ଭ ହୁଏ ଏକ ବୃହତ ଲକ୍ଷ୍ୟ ନେଇ “ମିଶନ ଚୁନି ମାଉସୀ “।
ଶୀଘ୍ର,ନିଃଶୁଳ୍କ  ଏବଂ ଅତ୍ୟାଧୁନିକ ଚିକିତ୍ସା ପାଇଁ ଆପ୍ରାଣ ଉଦ୍ୟମ କରନ୍ତି ଯୁବ ସମାଜସେବୀ ଡ଼ା କର ଓ ସଚେତନ ନାଗରିକ ମଞ୍ଚ ।
ଚୁନି ମାଉସୀ ର ଯାତାୟାତ ଖର୍ଚ୍ଚ ଠାରୁ ଆରମ୍ଭ କରି ଅନ୍ୟାନ ଖର୍ଚ୍ଚ ଯାଏ ବହନ କରନ୍ତି “ସଚେତନ ନାଗରିକ ମଞ୍ଚ “ଯାଜପୁର ।
ଶେଷରେ ବିଭିନ୍ନ ଦିଗ ଉପରେ ତର୍ଜମା କରି ସ୍ଥିର  ହୁଏ ଓଡିଶା ସରକାର ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁମୋଦିତ ଘରୋଇ ଡାକ୍ତରଖାନା ରେ ଚୁନି ମାଉସୀ ର ଅପରେସନ କରିବା ପାଇଁ ।
ଡ଼ାକ୍ତର ନିହାର ରଞ୍ଜନ କର ଙ୍କ ସମ୍ପୂର୍ଣ ସହଯୋଗ ଏବଂ ତାଙ୍କ ର ଜଣେ ବନ୍ଧୁ ଡ଼ା ଅରବିନ୍ଦ ଭୋଳ ଯିଏ କି ଏକ ସୁନାମଧନ୍ୟ କର୍କଟ ଚିକିସ୍ଛାଳୟ “ଏଚ .ସି .ଜି .ପଣ୍ଡା କ୍ୟାନ୍ସର ହସ୍ପିଟାଲ “ରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ ତାଙ୍କର ନିସ୍ଵାର୍ଥପର ପ୍ରଚେଷ୍ଟା ରେ ଅଭିଜ୍ଞ ଡ଼ାକ୍ତର ଙ୍କ ପରାମର୍ଶ ରେ ଆସନ୍ତା ସପ୍ତାହରେ ଅପରେସନ ପାଇଁ ଦିନ ଧାର୍ଯ୍ୟ ହୁଏ ।ମା ,ଝିଅ ଙ୍କର ମୁଁହ ରେ ହସ ଫୁଟି ଉଠେ ।
ଅପରେସନ ପୂର୍ବରୁ ମଧ୍ୟ ବିଭିନ୍ନ ପରୀକ୍ଷା ତଥା ପି .ଇ .ଟି ସ୍କାନ ପରି ବ୍ୟୟବହୁଳ ପରୀକ୍ଷା କୁ ବି ସମ୍ପୂର୍ଣ ମାଗଣା କରାଯାଏ ଡ଼ା କର ଙ୍କ ଉଦ୍ୟମରେ ।
ଚୁନି ମାଉସୀ ର ଯିବା ଆସିବା ଠାରୁ ସି .ଡ଼ି .ଏମ .ଓ ଙ୍କ ଅନୁମୋଦନ ଯାଏ ସବୁଠି ପ୍ରତ୍ୟେକ୍ଷ ଭାବରେ ସାହାଯ୍ୟ କରି ରୋଗୀ ର ମନୋବଳ ବଢ଼ାନ୍ତି ଡ଼ା କର ଓ ସଚେତନ ନାଗରିକ ମଞ୍ଚ ର ଆବାହକ ତଥା କର୍ମକର୍ତ୍ତା ।
ଶେଷରେ ସମସ୍ତଙ୍କ ଶୁଭେଚ୍ଛା ଓ ସାହାଯ୍ୟ କୁ ପାଥେୟ କରି ମା,ଝିଅ ବାହାରି ଯାଆନ୍ତି ଏକ ନୂତନ ଆଶା ନେଇ ।

Related Posts

About The Author

Add Comment