ମିଳୁନି ପ୍ରୋସôାହନ , ଦୁର୍ଦ୍ଦିନରେ କର୍ମକାର

Spread the love

ଧର୍ମଶାଳା , ୨୯/୧୧ (ସନ୍ଧାନ ନିଉଜ) : ବିଜ୍ଞାନର ଅଗ୍ରଗତିରେ ସମାଜର ବିଭିନ୍ନ ସଂପ୍ରଦାୟର ଲୋକେ ସେମାନଙ୍କ କୈାଳିକ ବୃତି ପ୍ରତି ବିମୁଖ ହେଉଥିବା ଦେଖିବାକୁ ମିଳୁଛି । ଯନ୍ତ୍ରଦ୍ୱାରା ସେମାନଙ୍କ କାର୍ଯ୍ୟ କରାଯାଉଥିବାରୁ ସେମାନେ ବୃତି ହରାଉଛନ୍ତି । ଫଳରେ ଜୀବିକା ହରାଉଥିବା କାରିଗର ବଂଚିବାର ରାହା ଖୋଜୁଛି । ଉପାୟଶୂନ୍ୟ ହୋଇ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ଏଥିରୁ କମାର ସଂପ୍ରଦାୟ ବାଦ ପଡିନାହିଁ । ପୂର୍ବରୁ ଗାଁ ମୁଣ୍ଡ ଓ ଛକରେ କମାର ଶାଳ ଦେଖାଯାଉଥିଲା । ଅନେକାଂଶରେ ଏହା ବନ୍ଦ ହୋଇଗଲାଣି । ସେହି କ୍ରମରେ ଧର୍ମଶାଳା ବ୍ଲକ୍ ଅଧିନରେ ଥିବା ବିଭିନ୍ନ ପଂଚାୟତରେ କେଉଁଠି କେମିତି ଗୋଟେ କିମ୍ବା ଦିଟା କମାରଶାଳ ଦେଖିବାକୁ ମିଳୁଛି । କମାରଟିଏ ତାର ଶାଳ ଆରମ୍ଭ କରି ଲୁହାର ବିଭିନ୍ନ ଚାଷ ଉପକରଣ ତିଆରି କରିଥାଏ । ଲଙ୍ଗଳ ନିମନ୍ତେ ଲଙ୍ଗଳ ଲୁହା, ଶଗଡ ଚକ ପାଇଁ ହାଲ, ଧାନ କାଟିବା ପାଇଁ ଦାଆ, ବୋଷ ଲଙ୍ଗଳ ଆଦି ତିଆରି କରିଥାଏ । ବର୍ତମାନ ଟ୍ରାକ୍ଟର ଯୋଗେ ଚାଷ କାର୍ଯ୍ୟ କରାଯାଉଛି ।ସେହିପରି ଶଗଡରେ ବୁହାଯାଉଥିବା ଧାନ କଚଡା, ନଡା, ଖତ ଓ ଧାନ ଏବେ ସେ ସବୁକୁ ଟ୍ରାକ୍ଟର ଦ୍ୱାରା କରାଯାଉଛି । ଶଗଡର ବ୍ୟବହାର ବନ୍ଦ ହୋଇଯାଇଛି । ଫଳରେ ଲଙ୍ଗଳ ଓ ଶଗଡରେ ବ୍ୟବହାର ଉପକରଣ କମାର ଆଉ ତିଆରି କରୁନାହିଁ । ଟାଙ୍କି, ନିଆଣ, ରଡଭଙ୍ଗା ହ୍ୟାଣ୍ଡେଲ, ଛାତରେ ଲାଗୁଥିବା ହୁକ୍ ସମେତ ଛାତ ସମୟରେ ବ୍ୟବହାର ଧୁର୍ମୁସ ସେମାନେ ତିଆରି କରୁଛନ୍ତି । ପୂଜା ପର୍ବର୍ାଣରେ ବିକ୍ରୟ ନିମନ୍ତେ ଦା, କଟୁରୀ, କତା, ଟାଙ୍ଗିଆ, ଶାବଳ, କୋଦାଳ, କାଙ୍କ, ତାୱା, ରୁଟି ସେକା, ଓ ଜାଲଇ ଚାମଚ ଆଦି ସାମଗ୍ରୀ ତିଆରି କରିଥାନ୍ତି । ବର୍ତମାନ ବଜାରରେ ଷ୍ଟିଲର ସାମଗ୍ରୀର ଚାହିଦା ଅଧିକ ରହିଥିବାରୁ ଏହାର ବିକ୍ରୟ ପରିମାଣ ଏବେ ଉଣା । ଯାହା ଦ୍ୱାରା ପାରିଶ୍ରମିକ ମିଳିନଥାଏ । ଏହିଭଳି ଭାବରେ କମାରଟିଏ ତାର ଜୀବନ ଜିଇଥିବା ଦେଖିବାକୁ ମିଳୁଛି ।
ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜାମୁବଣିଆ ଗ୍ରାମର ସ୍ୱର୍ଗତ ଧନୀ ଓଝାଙ୍କ ପୁଅ ଶ୍ରୀଧର (୬୫) । ୧୯୮୪ ମସିହାରୁ ଏହି କାର୍ଯ୍ୟକୁ ଆପଣାଇ ତାର ପରିବାର ପ୍ରତିପୋଷଣ କରୁଛି । ସେ ୧୫ ବର୍ଷ ଦିନରୁ ବାପା ଆରମ୍ଭ କରିଥିବା କମାରଶାଳ କାମ କରୁଛନ୍ତି । ଦୀର୍ଘ ୩୫ ବର୍ଷ ହେବ ଏହି କାର୍ଯ୍ୟ ସେ କରୁଥିବା କହିଛନ୍ତି । ଏନେଇ ତାଙ୍କୁ ପଚାରିବାରୁ ବର୍ତମାନ ଲୁହା ସାମଗ୍ରୀର ଚାହିଦା ନଥିବାରୁ ତାଙ୍କ ପିଲାମାନେ ଏହି କାର୍ଯ୍ୟରୁ ବିରତ ହେବାକୁ ବସିଲେଣି । ପୂର୍ବରୁ ଏହାର ସ୍ଥିତି ଭଲ ନଥିବାରୁ ମୁଁ ବାପାଙ୍କ ପରେ କମାରଶାଳ ଦାୟିତ୍ୱ ବୁଝୁଛି । ଶାଳ କାର୍ଯ୍ୟକୁ ସକାଳ ୭ଟାରୁ କାର୍ଯ୍ୟ ଆରମ୍ଭ କରି ଦିନ ୧୨ ଟାରେ ଶେଷ କରିଥାଏ । ପୁନଶ୍ଚ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁ ରହିଥାଏ । କାମ ଅର୍ଥ ଉର୍ପାଜନାରେ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ଏ ବୃତିରୁ ନିଜକୁ ମୁକାଳି ପାରୁନଥିବା କହିଛନ୍ତି । ଲୋକଙ୍କ କାମ କରିବା ଆମର ଅସଲ ଧର୍ମ ହୋଇଥିବାରୁ ମୁଁ ସେଥିରୁ ନିଜକୁ ଦୂରେଇ ପାରୁନାହିଁ । ହେଲେ ଯଦି ସରକାରଙ୍କ ଉଦ୍ୟମରେ କମାରଶାଳ ପୁନଃଉଦ୍ଧାର କରାଯାଏ ତେବେ କମାରକାରିଗର ମାନେ ବ୍ୟାପକ ସୁବିଧା ପାଇପାରନ୍ତେ ବୋଲି କହନ୍ତି । ସେହିପରି କଂଚାମାଲ କିଣିବାକୁ ଯଦି ସରକାରୀ ପ୍ରୋସôାହନ ମିଳନ୍ତା ତେବେ କାରିଗରମାନେ ଏଥିପ୍ରତି ଆକୃଷ୍ଟ ହୁଅନ୍ତେ । ମାତ୍ର ତାହା ସରକାରୀ ସ୍ତରରେ ଏଭଳି ଉଦ୍ୟମ କରାଯାଇନଥିବାରୁ ବିଭିନ୍ନ ସଂପ୍ରଦାୟର କୈାଳିକ ବୃତି ବୁଡି ଯାଉଥିବା ପରି କମାରଙ୍କ କୈାଳିକ ବୃତି ବୁଡିଯିବାକୁ ବସିଛି । ଏବେ ବିଭିନ୍ନ ସ୍ଥାନରେ ପୂଜା ପର୍ବାଣି ସମୟରେ ମହୋସôବ ଅନୁଷ୍ଠିତ ହେଉଥିବାରୁ କିଛିକାଂଶରେ କମାର କାରିଗର ତାଙ୍କ ହାତ ତିଆରି ଉପକରଣ ବିକ୍ରୟ, କରିବାକୁ ସକ୍ଷମ ହେଉଛନ୍ତି । ନଚେତ୍ ଏ ସାମଗ୍ରୀ ବିକ୍ରୟ ନ ହୋଇ ଘରେ ପଡି ରହନ୍ତା । ସରକାର ଏଥିପ୍ରତି ଗୁରୁତ୍ୱ ଦେଇ କାରିଗରଙ୍କୁ ପ୍ରୋସôାହନ ଯୋଗାଇ ଦେଲେ ସେମାନେ ତାଙ୍କ କୈାଳିକ ବୃତିକୁ ନେଇ ବଂଚି ପାରନ୍ତେ । ଦାଦନ ଖଟିବାରୁ ସେମାନେ ବଂଚିତ ରୁହନ୍ତେ ବୋଲି ବୁଦ୍ଧିଜୀବୀ ମତ ପୋଷଣ କରିଛନ୍ତି ।

Related Posts

About The Author

Add Comment