ମିଳିଲା ୧୯୬୮ ମସିହାରେ ନିଖୋଜ ହୋଇଥିବା ଏଏନ୍‌-୧୨ ବିଏଲ୍‌-୫୩୪ ବିମାନର ଭଗ୍ନାବଶେଷ

Spread the love

ନୂଆଦିଲ୍ଲୀ, ୧୮/୮ (ସନ୍ଧନ ନିଉଜ) : ୧୯୬୮ ମସିହାରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍‌-୧୨ ବିଏଲ୍‌-୫୩୪ ବିମାନର ଭଗ୍ନାବଶେଷ ରବିବାର ଉଦ୍ଧାର ହୋଇଛି। ବିମାନଟିର ଇଞ୍ଜିନ୍‌, ଫସ୍‌ଲେଜ୍‌, ସର୍କିଟ୍‌, ପ୍ରୋପେଲର୍‌, ଫୁଏଲ୍‌ ଟ୍ୟାଙ୍କ୍‌ ୟୁନିଟ୍‌, ଏୟାର୍‌ବ୍ରେକ୍‌ ଆସେମ୍ବଲି, କକ୍‌ପିଟ୍‌ ଡୋର୍‌ ଆଦି ମିଳିଥିବାର ସୂଚନା ରହିଛି।

ବିମାନଟି ରୋହତଙ୍ଗଠାରୁ ନିଖୋଜ ହୋଇଥିଲା। ଏବେ ବିମାନର ଭଗ୍ନାବଶେଷ ଢାକାଠାରୁ ଉଦ୍ଧାର ହୋଇଛି। ୫୧ ବର୍ଷ ପରେ ଯାଇ ବିମାନର ଭଗ୍ନାବଶେଷ ଉଦ୍ଧାର ହୋଇଛି। ୧୯୬୮ ମସିହା ଫେବ୍ରୁଆରି ୭ ତାରିଖରେ ନିଖୋଜ ହୋଇଥିବା ବାୟୁସେନାର ଏହି ବିମାନରେ ୯୮ ଜଣ ପ୍ରତିରକ୍ଷା ବିଭାଗର କର୍ମଚାରୀ ଥିଲେ।

Related Posts

About The Author

Add Comment