ମିଳିଲା କୁକୁର କାମୁଡା ଇଞ୍ଜେକ୍ସନ

Spread the love
ରାଉରକେଲା, ୧୮/୧୨ (ସନ୍ଧାନ ନିଉଜ):  ରାଉରକେଲା ସରକାରୀ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ପ୍ରଦାନ କରାଯାଉଛି । ଏହାସହ ଆଗକୁ କୌଣସି ଅସୁବିଧା ହେବ ନାହିଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। କୁକୁର କାମୁଡ଼ା ଇଞ୍ଜେକ୍ସନକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜେ ହସ୍ତକ୍ଷେପ ପରେ ପରିସ୍ଥିତି ସାମାନ୍ୟ ହୋଇଛି।  ତେବେ 15 ଦିନ ହେଲା ସହରରେ କୁକୁର କାମୁଡିବା ଘଟଣା ବୃଦ୍ଧି ପାଉଥିବାବେଳେ ବଜାରରେ କିମ୍ବା ସରକାରୀ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ନଥିଲା। ରାଉରକେଲା ସରକାରୀ ଡାକ୍ତରଖାନା ସମ୍ମୁଖରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଲାଗି ବିକଳ ହେଉଥିଲେ ପୀଡିତ ତଥା ତାଙ୍କ ପରିବାର ଲୋକ।

ଶନିବାର ଦିନ ରାଉରକେଲା ସରକାରୀ ଡାକ୍ତରଖାନାରେ କୁକୁର କାମୁଡ଼ା ଇଞ୍ଜେକ୍ସନ ନମିଳିବାରୁ ଉତ୍ତେଜନା ଦେଖାଦେଇଥିଲା । କୁକୁର କାମୁଡ଼ାର ଶିକାର ହୋଇଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ହୋହଲ୍ଲା କରିବା ସହ ହସ୍ସିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ । କୁକୁର କାମୁଡ଼ାରେ ରାଉରକେଲା ସରକାରୀ ହସ୍ପିଟାଲକୁ ପ୍ରତିଦିନ 80 ରୁ 100 ଜଣ ରୋଗୀ ଆସୁଥିବା ବେଳେ ଏବାବଦରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅସହାୟତା ରୋଗୀଙ୍କୁ ହତାଶ କରିଥିଲା। REPORT- SUBODH NAYAK

Related Posts

About The Author

Add Comment