ରସୁଲପୁର , ୨୩/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ମିର୍ଜାପୁର ମୁସଲିମ୍ ସଂପ୍ରଦାୟ ପକ୍ଷରୁ ଆଜି ଅମର ସହିଦ୍ଙ୍କ ଉଦେଶ୍ୟରେ ଶ୍ରଦ୍ଧାଞଜଳି ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଂଚଳରେ ଏକାଧିକ ସ୍ଥାନରେ ମୁସଲିମ୍ ସଂପ୍ରଦାୟ ବସବାସ କରୁଛନ୍ତି । ମାତ୍ର ପ୍ରଥମଥର ଲାଗି ମିର୍ଜାପୁର ଅଂଚଳର ସଂଖ୍ୟାଲଘୁ ସଂପ୍ରଦାୟର ଭାଇମାନେ ସହିଦ୍ଙ୍କ ଉଦେଶ୍ୟରେ ସହିଦ୍ ଯବାନ ଅମର ରହେ, ପାକିସ୍ଥାନ ମୁର୍ଦାବାଦ, ଭାରତ ଜିନ୍ଦାବାଦ ସ୍ଲୋଗାନରେ ଗାଁ ଦାଣ୍ଡ, ଛକ ବଜାର ଶବ୍ଦାୟିତ ହୋଇଉଠିଥିଲା । ଶୋଭାଯାତ୍ରାକାରୀମାନେ ମିର୍ଜାପୁର ବସ୍ତିରୁ ବାହାରି ମଧୁବନ ବଜାର ଦେଇ ବିଭିନ୍ନ ଗାଁ ପରିକ୍ରମା କରିଥିଲେ । ଶୋଭାଯାତ୍ରାକାରୀମାନେ ସହିଦ୍ମାନଙ୍କର ଫଟୋଚିତ୍ର ସମ୍ବଳିତ ଏକ ବ୍ୟାନରକୁ ହାତରେ ଧରି ଜୟ ଜବାନ, ଜୟ ଭାରତ ନାରା ଦେଇଥିଲେ । ଗୁମାନ ଖାଁଙ୍କ ନେତୃତ୍ୱରେ କାବୁଲ ଖାନ୍, ଅବୁଦୁଲ୍ ଖୁଦୁସ୍ ଖାଁ, ମୀର ସେହେର ଅଲ୍ଲୀ, ନିଜାମ୍ଦ୍ଦ୍ିନ ଖାନ୍, କଲିମ ଖାନ୍, ରଫିକ୍ ଖାନ୍, ସେକ୍ ତବିର, ରାଜୁ ଜୟିନୁଲ ଖାନ୍, ଜାନେ ଆଲମ୍, ମୌଲାନା ମେହେରବାନ୍, ଆସିକୁର ରେହେମନ୍ଙ୍କ ସମେତ ବହୁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ମିର୍ଜାପୁର ମୁସଲିମ ସଂପ୍ରଦାୟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା
|
February 23, 2019 |



