ମିନି ବସ୍‌ ସହ ମୁହାଁମୁହିଁ ହେଲା ଟ୍ରକ୍‌: ୭ ମୃତ, ୯ ଗୁୁରୁତର

Spread the love

ଅନନ୍ତପୁରମ, ୧୨/୪ (ସନ୍ଧାନ ନିୟୁଜ) : ଆନ୍ଧ୍ରପ୍ରଦେଶର ଅନନ୍ତନାଗଠାରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଆନ୍ଧ୍ରପ୍ରଦେଶର ଅନନ୍ତନାଗପୁର ଜିଲ୍ଲାର ୪୨ ନମ୍ବର ଜାତୀୟ ରାଜପଥ ଉପରେ ଏକ ମିନି ବସ୍‌ ସହ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଘଟିବା ପରେ ମିନି ବସ୍‌ ଚାଳକ ଜଣକ କେଉଁଆଫେ ପଳାଇ ଥିବା ସୂଚନା ରହିଛି। ବସ୍‌ ଚାଳକ ନାମରେ ଏକ ଅଭିଯୋଗ ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ବସ୍‌ ଚାଳକକୁ ଖୋଜିବାରେ ଲାଗିପଡ଼ିଛି।

ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଅଧିକାଂଶ ଯାତ୍ରୀଙ୍କ ଘର ଅନନ୍ତନାଗପୁର ଜିଲ୍ଲାର ତାନକୁଲା ମଣ୍ଡଲଠାରେ ବୋଲି ଜାଣିବାକୁ ମିଳିଛି। ଏହି ଘଟଣାର ତଦନ୍ତ ପୁଲିସ୍‌ ଆରମ୍ଭ କରିଛି। ଏହି ଘଟଣା ଘଟିବା ପରେ ପୁଲିସ୍‌ ମୃତାହାତମାଡ଼ଙ୍କ ଘରଲୋକଙ୍କୁ ଫୋନ୍‌ ଯୋଗେ ସୂଚନା ଦେଇଥିବା ଜାଣିବାକୁ ମିଳିଛି।

Related Posts

About The Author

Add Comment