ମା’ ସିନ୍ଦୁରାଇ ୟୁଥ କ୍ଲବ୍ ଆନୁକୂଲ୍ୟରେ ଦ୍ୱାଦଶ ବାର୍ଷିକ ଗଣପତିଙ୍କର ପୂଜୋତ୍ସବ ପାଳିତି

Spread the love
ଧର୍ମଶାଳା,୫/୯ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଅନେକ ସ୍ଥାନରେ ଶ୍ରୀ ଗଣେଶଙ୍କ ପୂଜା ଆୟୋଜିତ ହୋଇଥିବା ବେଳେ ଗୋଡିପାଟିଆସ୍ଥିତ ମା’ ସିନ୍ଦୁରାଇ ୟୁଥ କ୍ଲବ୍ ଆନୁକୂଲ୍ୟରେ ଦ୍ୱାଦଶ ବାର୍ଷିକ ଶ୍ରୀ ଶ୍ରୀ ଗଣପତିଙ୍କର ପୂଜୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ମା ସିନ୍ଦୁରାଇ ୟୁଥ କ୍ଲବର ସମସ୍ତ ସଦସ୍ୟ ବୃନ୍ଦ ସହଯୋଗରେ ସାନ୍ତି ଶୃଙ୍ଖଳାରେ ଅନୁଷ୍ଠାନ ପାଳିତ ହୋଇଛି । ଜେନାପୁରି କଲେଜ, ଗୋଡ଼ିପାଟିଆ ପ୍ରାଥମିକ ସ୍କୁଲ ଅନୁଷ୍ଠାନ, ପ୍ରତିଷ୍ଠାନ, ଗାଁ, ପଡା ଆଦିରେ ଅଗ୍ରପୂଜ୍ୟ ଗଣପତିଙ୍କ ପୂଜାନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ମା ସିନ୍ଦୁରାଇ ୟୁଥ କ୍ଲବ ର ସଦସ୍ୟ ସହଯୋଗୀ ମାନଙ୍କଦ୍ବାରା ଗଣେଶ ପୂଜା କରାଯାଇଥିଲା ।

Related Posts

About The Author

Add Comment