ତିର୍ତ୍ତୋଲ,୨୦/୧୨(ସନ୍ଧାନ ନିୟୁଜ) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମହାନଦୀ ପାଳନ୍ଦା ଖେଳ ପଡ଼ିଆରେ ଗତ ୫ ତାରିଖ ଠାରୁ ଅନୁଷ୍ଠିତ ହୋଇଥିବା ମା ସାରଳା କ୍ରିକେଟ ଆସୋସିଏସନ ଟୁର୍ଣ୍ଣାମେଣ୍ଟ ଆଜି ଉଯାପନ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ୍ ରେ ୧୬ ଗୋଟି ଦଳ ଭାଗନେଇଥିବାବେଳେ ଫାଇନାଲ ଖେଳଟ ଗୋରେଖନାଥ ସ୍ପୋଟିଁ କ୍ରିକେଟ ଟିମ୍ ଓ ଯାଜପୁର କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଗୋରେଖନାଥ ସ୍ପୋଟିଁ ଟସ୍ ଜିତି ୧୫ ଓଭରରେ ୮ ୱିକେଟ୍ ହରାଇ ୮୨ ରନ ସଂଗ୍ରହ କରିଥିବାବେଳେ ଯାଜପୁର କ୍ରିକେଟ ଟିମ୍ ୧୫ ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୭୨ ରନ ସଂଗ୍ରହ କରି ପରାଜିତ ହୋଇଥିବାବେଳେ ଗୋରେଖନାଥ ଟିମ୍ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଏହି ଫାଇନାଲ ଖେଳରେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବିଧାୟିକା ଡ଼ା. ରାଜଶ୍ରୀ ମଲ୍ଲିକ, ସମ୍ମାନନୀତ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ଲିପାଲି ରାଉଳ, ସ୍ଥାନୀୟ ସରପଞ୍ଚ ତଥା ଆସୋସିଏସନର ସଭାପତି ମନୋରଞ୍ଜନ ମହାପାତ୍ର, ମେଡ଼ିଆ ସେଲର ନିଳାଦ୍ରୀ ମହାନ୍ତି ପ୍ରମୁଖ ଯୋଗଦେଇ ଚମ୍ପିଆନ ଦଳକୁ ୩୦ ହଜାର ଓ ରନର୍ସଅଫ ଦଳକୁ ୨୦ ହଜାର ଟଙ୍କା ଟ୍ରଫି ପ୍ରଦାନ କରିଥିଲେ। ଚମ୍ପିଆନ ଦଳର କୁମାର ଓବାମା ମ୍ୟାନ ଅଫଦି ମ୍ୟାଚ ବିବେଚିତ ହୋଇଥିବାବେଳେ କାର୍ତ୍ତିକ ଲେଙ୍କା ଓ ହାପି ମହାପାତ୍ର ପରିଚାଳନା କରିଥିଲେ। ସଞ୍ଜୟ ମହାପାତ୍ର, ବିକ୍ରମ ରାୟ, ବିଭୂକଲ୍ୟାଣ ମହାପାତ୍ର, ରାହୁଲ ପଟ୍ଟନାୟକ, ପିଚ୍ ରିପୋର୍ଟର ଅଜୟ ରାଉତ୍, ଧିରେନ୍ ଦାସ, ସଞ୍ଜୟ ମଲ୍ଲିକ, ବବୁଲ ମହାପାତ୍ର, ଅନିଲ ଭୋଳ, ପ୍ରଶାନ୍ତ ମହାନ୍ତି, ଝାଟୁ ଦାସ, ବିଜୟ ଟÿୁଡ଼ୁ, ଶଙ୍କର ଟÿୁଡୁ, କାର୍ତ୍ତିକ ମହାନ୍ତି, ଶିବ ପ୍ରସାଦ ବାରିକ୍, ଦେବୀ ପ୍ରସାଦ ରାୟ, ବଣ୍ଟି ରାୟ, ମନୋରଞ୍ଜନ ଶଗଡ଼ିଆ, କାର୍ତ୍ତିକ ସାହୁ, ବିପ୍ଳବ ରାୟ, ପ୍ରଭାତ ସାହୁ, ପ୍ରଭୂ ପ୍ରକାଶ ମହାପାତ୍ର, ସତ୍ୟଜିତ୍ ବାରିକ୍, ସତ୍ୟପ୍ରସାଦ ସାହୁ, ନଳିନି କୁମାର ଦାସ, ତପନ କୁମାର ଦାସ, ମଳୟ ବାରିକ୍, ସୁଜିତ୍ ମହାପାତ୍ର, ଭାଷ୍ୟକାର ସୋମ୍ୟରଞ୍ଜନ ସ୍ୱାଇଁଙ୍କ ସମେତ ଅନୁଷ୍ଠାନର ସମସ୍ତ ସଭ୍ୟ ସକ୍ରିୟ ସହଯୋଗ କରିଥିଲେ।
ଓଡ଼ିଆ ପୁଅ