ସମ୍ବଲପୁର ତା:୦୩/୧୦/୨୦୨୧(ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ଜୁଯୋମୁରା ବ୍ଳକ ଅନ୍ତର୍ଗତ କବରାପାଲି ପଞ୍ଚାୟତର ନୀଳଡୁଙ୍ଗୁରୀ ଗ୍ରାମଠାରେ ଜୟ ଦୁର୍ଗା କ୍ଳବ ଆନୁକୁଲ୍ୟରେ ଦ୍ଵିଦିବସୀୟ ଫୁଟବଲ ଖେଳ ଭଦଯାପିତ ହୋଇଯାଇଛି। ଏହି ଖେଳରେ ଷୋହଳଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ଡାକଡେରା ଜୁନିୟର ଇଲେଭେନ ଦଳ ହପ୍ରିୟାବାହାଲ ଦଳକୁ ପେନାଲଟି ସୁଟ୍ଆଉଟ ଜରିଆରେ ହରାଇ ଚମ୍ପିୟାନ ହେଇଥିଲା । ଏହି ଖେଳକୁ ବୃଷଭାନୁ ମହନ୍ତ, ବିଜୟ ଓ ରାମ, କାର୍ତ୍ତିକ ଓରାମ, ବିଜୟ ମୁଣ୍ଡା ଖେଳ ପରିଚାଳନା କରିଥିଲେ। ଅନେକ ଖେଳ ପ୍ରେମୀ ଓ ପୂର୍ବତନ ଖେଳାଳୀମାନେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ଖେଳକୁ ଉପଭୋଗ କରିଥିଲେ।
ମା ସମ୍ବଲେଶ୍ଵରୀଙ୍କ ଧବଳମୁଖୀ ବେଶ
|
October 6, 2021 |



