ଜଗତସିଂହପୁର,୧୨/୦୪ (ସନ୍ଧାନ ନିୟୁଜ) : ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠ ତିର୍ତ୍ତୋଲ ଝଙ୍କଡ଼ର ମା’ ଶାରଳା ପୀଠ ଓ ବାଲିକୁଦା ପରାହାଟ ଭଗବତୀ ମନ୍ଦିର ଅଞ୍ଚଳରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି। ପଣା ସଂକ୍ରାନ୍ତି ଝାମୁ ଯାତ୍ରା ଅବସରରେ ଏ ଦୁଇଟି ସ୍ଥାନରେ ଲୋକେ ଯେପରି ଏକାଠି ହୋଇନପାରିବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ରବିବାର ଠାରୁ ୧୪ ତାରିଖ (ପଣାସଂକ୍ରାନ୍ତି) ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ।
ମା’ ଶାରଳା ଓ ଭଗବତୀଙ୍କ ପୀଠରେ ୧୪୪ ଧାରା
|
April 12, 2020 |
