ତିହିଡ଼ି : ୧୯/୨/୨୬ (ସନ୍ଧାନ ନ୍ୟୁଜ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ନାୟକ ସାହି ର ମା ମଙ୍ଗଳା ଙ୍କ ମନ୍ଦିର। ପ୍ରାୟ ଦୁଇ ଶହ ବର୍ଷ ପୂର୍ବେ ମା ଏଠାରେ ଆବିର୍ଭାବ ହୋଇ ଥିଲେ। ଗୋଟିଏ ବରଗଛ ତଳେ ମା ମଙ୍ଗଳା ପୂଜା ପାଉଥିଲେ। ପାଖ ଗ୍ରାମ ବ୍ରାହ୍ମଣ ଶାସନ ର ଆଦିବାସୀ ରାମ ଚରଣ ଶତପଥୀ ଙ୍କୁ ମା ମଙ୍ଗଳା ସ୍ବପ୍ନ ରେ କହିଥିଲେ ଏକ ମନ୍ଦିର ଗଢ଼ିବା ପାଇଁ କିନ୍ତୁ ରାମ ଚରଣ ଶତପଥୀ ଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ, ସେ ପାଳିଆ ଗ୍ରାମ ର ଶ୍ରୀଯୁକ୍ତ ଉମା ଚରଣ ଦାସ ଙ୍କୁ ଏହି ମନ୍ଦିର ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ। ଶ୍ରୀଯୁକ୍ତ ଉମା ଚରଣ ଦାସ ନିଜ କୂଳ ପୁରୋହିତ ଙ୍କ ଅନୁରୋଧ କୁ ରକ୍ଷା କରି ଏକ ଛୋଟ ମନ୍ଦିର ତିଆରି କରି ମା ମଙ୍ଗଳା ଙ୍କୁ ପ୍ରତିଷ୍ଠା କରି ଥିଲେ। କାଳ କ୍ରମେ ମା ଙ୍କ ଭକ୍ତ ଙ୍କ ସଂଖ୍ୟା ବଢ଼ି ଚାଲୁଥିବା ଦେଖି ଗ୍ରାମ ବାସୀ ମାନେ ଏକ ନୂଆ ମନ୍ଦିର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗ୍ରାମବାସୀ ମାନେ ଏକ ସଭା ଡାକି ମନ୍ଦିର ପାଇଁ ଗ୍ରାମବାସୀ ମାନେ ଅର୍ଥ ଦାନ କରନ୍ତୁ ବୋଲି ଅନୁରୋଧ କରିଥିଲେ। ମନ୍ଦିର ନିର୍ମାଣ ପାଇଁ ପଚାଶ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ମତ ଦେଇଥିଲେ। ନିଜ ଗାଁ ରୁ ପ୍ରାୟ ଆଠ ଲକ୍ଷ ଟଙ୍କା ଦାନ ପାଇ ଗ୍ରାମବାସୀ ମାନେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅର୍ଥ ସମୁଦ୍ର ରୁ ସଂଖେ ପାଣି ପରି ହୋଇ ଥିଲା।ଗ୍ରାମବାସୀ ମାନେ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଯଶୋଦା ମଲ୍ଲିକ ଙ୍କୁ ମନ୍ଦିର ନିର୍ମାଣ ପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଅମିୟ ରଞ୍ଜନ ମଲ୍ଲିକ ଓ ସମିତି ସଭ୍ୟ ଶ୍ରୀଯୁକ୍ତ ଜୀବନ ଜ୍ୟୋତି ପଲେଇ ଙ୍କ ପ୍ରୟାସ ରେ ମନ୍ଦିର କୁ ସେତେବେଳ ର ମୂଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ପାଣ୍ଠିରୁ ଚାରି ଲକ୍ଷ ପଚାଶ ହଜାର ଟଙ୍କା ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରି ଥିଲେ। ଏତିକି ଟଙ୍କା ମନ୍ଦିର ନିର୍ମାଣ ପାଇଁ ସହଜ ନ ଥିଲା। ସରକାର ପରିବର୍ତ୍ତନ ପରେ ଗ୍ରାମବାସୀ ମାନେ ପୁଣି ଏକଜୁଟ ହୋଇ ପାଳିଆ ବିନ୍ଧା ପଞ୍ଚାୟତ ର ଯୁବ ନେତା ଶ୍ରୀଯୁକ୍ତ ଉଷା କାନ୍ତ ନାୟକ ଙ୍କୁ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଶ୍ରୀଯୁକ୍ତ ଉଷା କାନ୍ତ ନାୟକ ଙ୍କ ପ୍ରୟାସ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ପାଣ୍ଠି ରୁ ଚାରି ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ତଥାପି ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁ ନ ଥିବାରୁ ଗ୍ରାମବାସୀ ମାନେ ରାଜ୍ୟ ସରକାର ଙ୍କ ଦାରସ୍ତ୍ୱ ହୋଇ ଛନ୍ତି। ମା ମଙ୍ଗଳା କମିଟି ସଭାପତି ଶ୍ରୀଯୁକ୍ତ ଲମ୍ବୋଦର ନାୟକ,ବରିଷ୍ଠ ସଦସ୍ୟ ବିଦ୍ୟାଧର ନାୟକ,ଦେବେନ୍ଦ୍ର ପ୍ରସାଦ ମହାନ୍ତି, ରତିକାନ୍ତ ମହାନ୍ତି, ଦିବାକର ନାୟକ, ଚକ୍ରଧର ନାୟକ, ଓ ମା ମଙ୍ଗଳା ଯୁବକ ସଂଘ ର କର୍ମକର୍ତ୍ତା ମାନେ ଯୁବ ନେତା ଶ୍ରୀଯୁକ୍ତ ଉଷା କାନ୍ତ ନାୟକ ଙ୍କ ମାଧ୍ୟମ ରେ ଜିଲ୍ଲାପାଳ, ସାଂସଦ, ଓ ବିଧାୟକ ଙ୍କ ଠାରେ ମନ୍ଦିର ନିର୍ମାଣ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ଦାବି କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ମା ମଙ୍ଗଳା ମନ୍ଦିର କୁ ଆର୍ଥିକ ଅନୁଦାନ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କଲେ ପାଳିଆ ନାୟକ ସାହି ର ଜନସାଧାରଣ
|
February 19, 2026 |



