ଯାଜପୁର,୧୫/୧୦/୨୦୨୦ (ସନ୍ଧାନ ନିଉଜ): ମା’ ବିରଜାଙ୍କ ଶାରଦୀୟ ଦୁର୍ଗାପୂଜା ଓ ରଥଯାତ୍ରା ପରିପ୍ରେକ୍ଷୀରେ ମାନ୍ୟବର ଊଚ୍ଚ ନ୍ୟାୟାଳୟଙ୍କ ଆଦେଶ ଏବଂ ଯାଜପୁର ଜିଲ୍ଳ୍ାପାଳଙ୍କ ନିଷ୍ପତ୍ତି ଆଧାରରେ ରଥଯାତ୍ରା ଅନୁଷ୍ଠିତ ହେବ । ତେବେ ରଥଟଣା ଓ ପୂଜା ସହ ଜଡିତ ସମସ୍ତ ସେବାୟତ ଓ କର୍ମଚାରୀଙ୍କର କୋଭିଡ ପରୀକ୍ଷା କରାଯିବ । ଅକ୍ଟୋବର ୧୬, ୧୯ ଓ ୨୨ ତାରିଖରେ ତିନି ପର୍ଯ୍ୟାୟରେ ବିରଜା କଲ୍ୟାଣ ମଣ୍ଡପ ଠାରେ ଏହି ପରୀକ୍ଷା କରାଯିବ । ଏହି ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଳ୍ା ମୂଖ୍ୟ ଚିକିସôାଧିକାରୀଙ୍କୁ ପତ୍ରାଳାପ କରି ଅନୁରୋଧ କରିଚ୍ଥନ୍ତି । ଅପର ପକ୍ଷରେ ଯେଉଁମାନେ ପରୀକ୍ଷାରେ ନେଗେଟିଭ ହୋଇ ଦାୟିତ୍ୱ ନିର୍ବାହ କରିବେ, ସେମାନେ ନିଜସ୍ୱ ଗୃହରେ ମଧ୍ୟ ସଙ୍ଗରୋଧରେ ରହିବାକୁ ଓ କାହା ସହ ନ ମିଶିବାକୁ ଉପଜିଲ୍ଳ୍ାପାଳ ତଥା ବିରଜା ମନ୍ଦିର ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଧଳ ଅନୁରୋଧ କରିଚ୍ଥନ୍ତି ।
ମା’ ବିରଜାଙ୍କ ରଥଯାତ୍ରା ପାଇଁ କରୋନା ପରୀକ୍ଷା କରାଯିବ
|
October 15, 2020 |
