ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ

Spread the love

ଜେନାପୁର /୧୮/୦୯/(ସନ୍ଧାନ ନିୟୁଜ )ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନ ପାଳନ ଉଦ୍ୟେଶରେ ଏକ୍ ପେଡ୍ ମା’କେ ନାମ୍ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ପଂଚାୟତ ବଳରାମପୁର ରାମଟୁଙ୍ଗୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଦେଇଥିଲେ।ଅତିଥିଭାବେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର,ଭାଜପା ଜିଲ୍ଲାସଭାପତି ଦେବଯାନୀ ପ୍ରଧାନ,ବନଖଣ୍ଡ ଅଧିକାରୀ କଟକ ଅନିଲ କୁମାର ରାୟ,ସହକାରୀ ବନ ସଂରକ୍ଷଣ ସନ୍ତୋଷ କୁମାର ପତି,ଦେବୀ ପ୍ରସାଦ ମହାନ୍ତି ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ତହସିଲଦାର ସମୀର ରଞ୍ଜନ ଦାସ,ଅତିରିକ୍ତ ତହସିଲଦାର ଭଵେଶ ମାଝୀ,ଗଗନ ବିହାରୀ ଦାସ, ଧର୍ମଶାଳା ବିଡ଼ିଓ ଜ୍ୟୋତିର୍ମୟ କର,ବ୍ଲକ ଅଧ୍ୟକ୍ଷା ବିଶ୍ଵବିଜୟୀନୀ ମିଶ୍ର,ବିଜେପି କର୍ମୀ ସର୍ବେଶ୍ୱର ବେହୁରା, ତାଳଜଙ୍ଗ ପଞ୍ଚାୟତ ସରପଞ୍ଚ ବିପିନ ବିହାରୀ ସେଠି ପ୍ରମ୍ମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଆହ୍ୱାନ କ୍ରମେ ଏକ୍ ପେଡ୍ ମା ‘କେ ନାମ୍ ଅଭିଯାନରେ ସାମିଲ ହେବାସହିତ ଆମ ଜନ୍ମଦାତ୍ରୀ ମା ‘ପ୍ରତି ସଂମ୍ମାନ ପଦର୍ଶନ କରିବା ସହିତ ଧରିତ୍ରୀ ମା’ର ସୁରକ୍ଷା ପାଇଁ ଗଛଟିଏ ଲଗାଇବା ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟ କ୍ରମରେ ବହୁ ବିଜେପି କର୍ମୀ ଓ ଜନସାଧାରଣ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ,,

Related Posts

About The Author

Add Comment