ଯାଜପୁର ସଦର,୦୫ା୧୦ (ସନ୍ଧାନ ନ୍ୟୁଜ): ଜଗତ ଜନନୀ ମା ଦୂର୍ଗା ଆସୁଛନ୍ତି ଧରା ଧାମକୁ ଭକ୍ତମାନଙ୍କୁ ଦର୍ଶନ ଦେବା ସହିତ ୫ଦିନ ଧରି ମା ପୂଜା ପାଇବା ସହିତ ମାଙ୍କୁ ମେଲାଣୀ ଦେବାକୁ ଭକ୍ତ ମାନେ ଅଶୃଳ ନୟନରେ ବିଦା କରିବେ । ମା ଜଗତ ଜନନୀ ପରମ ବୈଷ୍ଣବୀ ମା ଦୂର୍ଗାଙ୍କୁ ୧୨ ମାସରେ ୧୩ ପର୍ବ ଓଡ଼ିଆ ମାନଙ୍କର ହୋଇଥିବା ବେଳେ, ସାରା ରାଜ୍ୟରେ ପରିଚିତ ଥିବା ମା ଦୂର୍ଗାପୂଜା ଆନନ୍ଦ ଉଲ୍ଲାସରେ ପାଳନ ହେବାକୁ ଥିବାବେଳେ, ମହାମାରୀ କୋଭିଡ଼ର କରାଳ ଛାୟାରେ ଲୋକମାନେ ରହିଥିବା ବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ଼ି କଟକଣାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପୂଜାମଣ୍ଡପରେ ପ୍ରଶାସନ ପକ୍ଷରୁ ତିକ୍ଷ୍ଣ ନଜର ରଖାଯିବା ପାଇଁ ପ୍ରଶାସନ ପକ୍ଷରୁ ଏବେ ଠାରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଚି । ବିଭିନ୍ନ ଥାନା ଆଇଆଇସିଙ୍କୁ ପୂଜା ମଣ୍ଡପରେ ଗହଳି ନକରାଯିବା ପାଇଁ ନଜର ରଖିବା ଲାଗି ନିର୍ଦ୍ଦେଷ ଦିଆଯାଇଛି । ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ କରାଯିବା ପାଇଁ ଡିଜିପି ଉଚ୍ଚ ପଦସ୍ତ ଅଧିକାରୀ ମାନଙ୍କୁ ସୂଚନା ଦେଇଛନ୍ତି । ଜିଲ୍ଲା ଏସ୍ପିଙ୍କ ତତ୍ୱାବଧାନରେ ବିଭିନ୍ନ ଥାନା ମାନଙ୍କୁ ନିର୍ଦ୍ଦେଷ ଦିଆଯାଇଚି । ଯାହାକି କୋଭିଡ଼ି ନିୟମକୁ କଡ଼କଡ଼ି କରାଯିବା ସହିତ କୋଭିଡ଼ ନିୟମ ମାନି ପୂଜା କରିବାକୁ ସୂଚନା ଦିଆଯାଇଚି । ବିଭିନ୍ନ ପୂଜା ମଣ୍ଡପରେ ଶବ୍ଦ ପ୍ରଦୁଶଣକୁ ଆଖିଆଗରେ ରଖି ପୂଜା ପାଳନ କରାଯିବା ପାଇଁ ପୂଜା କମିଟିର କର୍ମକର୍ତ୍ତା ମାନଙ୍କୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଚି ।
ମା ଦୂର୍ଗା ଆସୁଛନ୍ତି ଧରାଧାମକୁ ମାଙ୍କୁ ଦର୍ଶନ କରିବେ ଭକ୍ତ
|
October 5, 2021 |


