ଯାଜପୁର ସଦର,୧୩ । ୧୨ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡ଼ବାଲିକୁଦା ଗ୍ରାମର ମା ତାରିଣୀ କଳାପରିଷଦ ଆନୁକୁଲ୍ୟରେ ବାଦିପାଲା ଅନୁଷ୍ଟିତ କରାଯାଉଥିବା ବେଳେ, ତା ୧୬/୧୨/୨୦୨୫ ରିଖ ମଙ୍ଗଳବାର ଠାରୁ ତା ୧୮/୧୨/୨୦୨୫ ରିଖ ପର୍ଯ୍ୟନ୍ତ ୩ଦିନ ଧରି ବାଦିପାଲା ଅନୁଷ୍ଟିତ ହେବାକୁ ଯାଉଥିବା ବେଲେ, ବହୁ ସାହିତ୍ୟପ୍ରେମୀ, ପାଲାପ୍ରେମୀ ଯୋଗଦେବାପାଇଁ ପାଲା କମିଟିର ସଦସ୍ୟମାନେ ଗଣମାଧ୍ୟକୁ ସୂଚନ ପ୍ରଦାନ କରିଛନ୍ତି । ୩ଦିନ ଧରି ବାଦିପାଲା ଅନୁଷ୍ଟିତ କରାଯାଉଥିବା ବେଳେ, ଗାୟକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ପଣ୍ଡା ଶର୍ମା ଏବଂ ତାଙ୍କ ସାଥି ଗାୟକ ସରସ୍ୱତୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପାଣିଗ୍ରାହି ପାଲା ପରିବେଶଣ କରିବେ । ପଲ୍ଲୀପ୍ରଭା ସରକାରୀ ହାଇସ୍କୁଲ ପ୍ରାଙ୍ଗଣରେ ପାଲା ଅନୁଷ୍ଟିତ କରାଯାଉଥିବା ହଜାର ହଜାର ପାଲାପ୍ରେମୀ ଯୋଗଦେବାପାଇଁ ପାଲା ଅନୁଷ୍ଟାନର କର୍ମକର୍ତ୍ତାମାନେ ନିବେଦନ କରିଛନ୍ତି ।
ମା ତାରିଣୀ କଳାପରିଷଦ ବାଦିପାଲା ଅନୁଷ୍ଟିତ ହେବ
|
December 14, 2025 |



