ଯାଜପୁର ସଦର, ୩୦ା୦୮: ମା ଝୀଅଙ୍କୁ ଟ୍ରକ ଚଢ଼ାଇ ମାରିଦେବା ଘଟଣାକୁ ନେଇ ୮ ସପ୍ତାହ ମଧ୍ୟରେ ସମସ୍ତ ଘଟଣାର ତଦନ୍ତ ରିପୋର୍ଟ ଦେବାଲାଗି ଯାଜପୁର ଜିଲ୍ଲା ଏସପିଙ୍କୁ ଜାତୀୟ ମାନବିକ ଅଧିକାର କମିଶନ ନିର୍ଦ୍ଦେଷ ଦେଇଛନ୍ତି । ଏସମ୍ପର୍କରେ ଭାରତୀୟ ବିକାଶ ପରିଶଦର ସବାପତି ସୁବ୍ରତ ଦାସ ଜାତୀୟ ମାନବିକ କମିଶନଙ୍କ ଦୃଷ୍ଟି ଗୋଚର କରାଇଥିଲେ । ସମ୍ପୃକ୍ତ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି ଦେଇ ଗତ ତା ୦୪/୦୮/୨୦୨୨ ରିଖରେ କେନ୍ଦ୍ର ମାନବିକ ଅଧିକାରୀ କମିସନ ଏନଏସଆଇସି କେସ ନଂ ୧୨୯୨୯ଇନ ୨୦୨୨ କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ । ଏହି ମାମଲା ବିଚାର କମିଶନର ୮ ସପ୍ତାହ ମଧ୍ୟରେ ସମସ୍ତ ରିପୋର୍ଟ ଦେବାଲାଗି ଯାଜପୁର ଜିଲ୍ଲା ଏସପି ରାହୁଲ ପିଆରଙ୍କୁ ନେର୍ଦ୍ଦେଷ ଦେଇଛନ୍ତି । ସୁକିନ୍ଦା ରଥଗଡ଼ିଆ ଅଞ୍ଚଳରେ ଅଶୋକ ଚକ୍ରବର୍ତ୍ତିଙ୍କ ସ୍ତ୍ରୀ ସିତିକା ଚକ୍ରବର୍ତ୍ତି ଝୀଅ ସୋନାଲି ଚକ୍ରବର୍ତ୍ତି କେନ୍ଦ୍ରପଡ଼ା ଜିଲ୍ଲା ବାପଘରକୁ ସୁଧିକାମରେ ଯାଇଥିବା ବେଳେ, ଘରକୁ ଆସୁଥିବା ସମୟରେ ୫୩ ନଂ ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ଟ୍ରକ ଚାଳକଙ୍କ ସହିତ ଚବସା ହୋଇଥିଲା । ଏହି ଘଟଣାକୁ ନେଇ ଟ୍ରକ ଡ୍ରାଇଭର ମା ଝୀଅଙ୍କ ଉପରେ ଟ୍ରକ ଚଢ଼ାଇ ଦେବାରୁ ମା ଝୀଅଙ୍କ ମୃତ ହୋଇଥିଲା । ଏକ ହତ୍ୟା ମାମଲା ରୁଜୁ କରି ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
ମା ଝୀଅଙ୍କ ହତ୍ୟା କରିବା ଘଟଣାକୁ ନେଇ ୮ ସପ୍ତାହରେ ରିପୋର୍ଟ ଦେବା ଲାଗି ଯାଜପୁର ଏସପିଙ୍କୁ ନେଦ୍ଦେର୍ଷ ଦେଲେ
|
August 31, 2022 |
