ଯାଜପୁର ସଦର, ୧୦/୩/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ଥ ମା\’ ଜୟଚଣ୍ଡୀ ପୀଠରେ ଆମେ ଅଛୁ ଆପଣଙ୍କ ସାଥିରେ ସ୍ଵେଛାସେବି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ”ମା\’ ଜୟଚଣ୍ଡୀ ପ୍ରତିଭା ସମ୍ମାନ ୨୦୨୬\” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ୟ୍ୟକ୍ରମ ଆରମ୍ଭରେ ବରିଷ୍ଠ ଶିକ୍ଷାବିତ ତଥା ଆଇନଜୀବୀ ବୈକୁଣ୍ଠ ନାଥ ପରିଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ସମାରୋହ ଟିକୁ ଉଦଘାଟନ କରିଥିଲେ ଜ୍ଝ ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକଙ୍କ ସଞ୍ଚାଳନାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଂଝାରପୁର ବିଧାୟିକା ତଥା ବିରୋଧୀ ଦଳର ମୁଖ୍ୟ ସଚେତ୍ତିକା ପ୍ରମିଳା ମଲ୍ଲିକ, ସମ୍ମାନିତ ଅତିଥିଭାବେ କମାରଡ଼ିହି ପାକ୍ସ ସଭାପତି ଭାଗିରଥି ସାହୁ,୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ନିନା ରାଣୀ ସାମଲ, ୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, କୟାଁ ସମିତି ସଭ୍ୟ ରୋଶନ ଦାସ, ଆମେ ଅଛୁ ଆପଣଙ୍କ ସାଥିରେ ଅନୁଷ୍ଠାନର ମୁଖ୍ୟ ଦେବବ୍ରତ ନାୟକ, ସହ ଧର୍ମିଣୀ ତଥା ଅନୁଷ୍ଠାନକୁ ପ୍ରେରଣା ଯୋଗାଉ ଥିବା ଚନ୍ଦ୍ର ମଲ୍ଲୀକା ନାୟକ, ଅବସର ପ୍ରାପ୍ତ ପ୍ରଫେସର ଜୟଗୋବିନ୍ଦ ନାୟକ,ଯୁବ ସମାଜସେବୀ ଆରତ ରଞ୍ଜନ ନାୟକ,ସମାଜସେବୀ ପ୍ରିୟବ୍ରତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଏଭଳି ମହତ କାର୍ୟ୍ୟକୁ ମୁଖ୍ୟ ଅତିଥି ଶ୍ରୀମତୀ ମଲ୍ଲିକ ଖୁବ ପ୍ରଶଂସା କରିଥିଲେ ଜ୍ଝ ଉକ୍ତ କାର୍ୟ୍ୟକ୍ରମରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ସମାଜରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ/ସଙ୍ଗଠନ/ଅନୁଷ୍ଠାନକୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷାବିତ ଡ଼ଃ ହରିଶ୍ଚନ୍ଦ୍ର ପଣ୍ଡା, ସମାଜସେବୀ ଦେବେନ୍ଦ୍ର କୁମାର ପଣ୍ଡା, କୃଷକ ନେତା ତଥା ନିଶା ନିବାରଣ କମିଟିର ମୁଖ୍ୟ ମଳୟ କୁମାର ପଣ୍ଡା, ବିଜୟ କୁମାର ପରିଡା, ଶିବ ପ୍ରସାଦ ପଣ୍ଡା ( ସେବା ହିଁ ଧର୍ମ ) \”ଆମ ଭରସା ପରିବାର\” ସ୍ଵେଛା ସେବୀ ଅନୁଷ୍ଠାନ, କବି ଅନନ୍ତ ସ୍ମୃତି ପାଠାଗାର ଓ ସାଂସ୍କୃତିକ ପରିଷଦ, କଳା ବିକାଶ କେନ୍ଦ୍ର (ମଙ୍ଗଳପୁର), ନାଟ୍ୟକାର ଦୀପକ କୁମାର ଯେନା, ଶିକ୍ଷାବିତ ମଧୁ ସୁଦନ ପୃଷ୍ଟି, ସୁରେଶ ଚନ୍ଦ୍ର ରାୟ, ସାମ୍ବାଦିକ ଅକ୍ଷୟ କୁମାର ଦାସ, କୃଷକ ବନ୍ଧୁ ଲଷ୍ମୀକାନ୍ତ ବାରିକ, ଯୁବ କୃଷକ ସଞ୍ଜୟ କୁମାର ନାୟକ ପ୍ରମୁଖଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଜାତୀୟ ସ୍ତରକୁ ଉର୍ଣିତ ମହତାବ ଉଚ୍ଚ ବିଦ୍ୟାଳୟର ନେଟ ବଲ ଖେଳାଳି କ୍ରିଷ୍ଣା ଦାସ ଓ ଚିନ୍ମୟ ଦାସ ଙ୍କୁ ମା\’ ଜୟଚଣ୍ଡୀ ପ୍ରତିଭା ସମ୍ମାନ ୨୦୨୬ ରେ ସମ୍ବର୍ଦ୍ଧିତ କରା ଯାଇଥିଲା। ନୃତ୍ୟ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନର ବିଜେତା ସତ୍ୟଜିତ, ଦ୍ୱିତୀୟ ସ୍ଥାନ ମାମାଲି ପାତ୍ର ଓ ତୃତୀୟ ସ୍ଥାନର ସୋନାଲିସା ବାରିକଙ୍କୁ ପୁରସ୍କୃତ କରାଯିବା ସହ ଅନ୍ୟ ପ୍ରତିଯୋଗୀଙ୍କୁ ପ୍ରମାଣ ପାତ୍ର ଓ ମେଡାଲ ଆମେ ଅଛୁ ଆପଣଙ୍କ ସାଥିରେ ୨୪ଞ୍ଚ୭ ହେଲପିଂ ଗ୍ରୁପର ମୁଖ୍ୟ ତଥା ଉକ୍ତ କାର୍ୟ୍ୟକ୍ରମର ଆୟୋଜକ ଦେବବ୍ରତ ନାୟକଙ୍କ ତରଫରୁ ପ୍ରଦାନ କରା ଯାଇଥିଲା ଜ୍ଝ ସେହିପରି( ସେବା ହିଁ ଧର୍ମ ) ଆମ ଭରଷା ପରିବାର ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଆମେ ଅଛୁ ଆପଣଙ୍କ ସାଥିରେ ସ୍ବେଛାସେବୀ ଅନୁଷ୍ଠାନର ମୁଖ୍ୟ ଦେବବ୍ରତ ନାୟକଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ |କାର୍ଯ୍ୟକ୍ରମ ପରିଚାଳନାରେ ଆଲୋକ କୁମାର ପଣ୍ଡା, ଜଗନ ନାୟକଙ୍କ ସମେତ ଆମେ ଅଛୁ ଆପଣଙ୍କ ସାଥିରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମାନେ ସହଯୋଗ କରିଥିଲେ ।
ମା\’ ଜୟଚଣ୍ଡୀ ପ୍ରତିଭା ସମ୍ମାନ ସମାରୋହ ୨୦୨୬
|
March 9, 2026 |



