ମା ଆସୁଛନ୍ତି ଧରା ଧାମକୁ

Spread the love

ଯାଜପୁର ସଦର, ୨୯ା୦୯: ମା ଆସୁଛନ୍ତି ଧରାଧାମକୁ ଆସୁଥିବାରୁ ଭକ୍ତମାନଙ୍କ ମହଲରେ ଖୁସିର ଲହରୀ ଦେଖା ଦେଇଚି । ବର୍ଷକୁ ବର୍ଷ ମା ଜଗତ ଜନନୀ ଦୁର୍ଗା ଧରାଧାମକୁ ଆସି ଶାନ୍ତର ବାର୍ତ୍ତା ଦେଉଛନ୍ତି । ଯାହାକି ବର୍ଷକ ବାର ମାସରେ ୧୩ ପର୍ବ ଓଡ଼ିଶାରେ ପାଳନ ହେଉଥିବା ବେଳେ, ମା ଜଗତ ଜନନୀ ଦଶଭୂଜା ଧରାଧାମକୁ ଓହ୍ଲାଉଛନ୍ତି । ଏହି ଅବସରରେ ୧୦ଟି ବ୍ଲକ ପଂଚାୟତ ମାନଙ୍କରେ ପୂଜା ଅନୁଷ୍ଟିତ ହେଉଚି । ୫ ଦିନ ଧରୀ ମା ଙ୍କର ପୂଜା ଅନୁଷ୍ଟିତ ହେଉଥିବା ବେଳେ, ବିଲୋଧିବାସ ଠାରୁ ଆରମ୍ଭ କରି ମାଙ୍କର ମଣ୍ଡପ ପରିଶରରେ ମାଙ୍କର ପ୍ରତିମୃର୍ତ୍ତି କାରିଗର ମାଙ୍କୁ ରଙ୍ଗ କରୁଛନ୍ତି ଯାହାକି ଆଉ ଅଳ୍ପ ଦୁଇ ଦିନ ମାଙ୍କ ପୂଜା ବାକି ରହିଥିବା ବେଳେ, ପୂଜା କମିଟି ମାନଙ୍କ ପକ୍ଷରୁ ଆୟୋଜନ ମାନେ ପ୍ରସ୍ଥୁତି କାର୍ଯ୍ୟରେ ସୁସୋଜିତ ତ୍ୱରଣ ମାନ କରାଯାଇ କାର୍ଯ୍ୟ ଆଗେଇ ଚାଲିଚି । ଯାହାକି ଯାଜପୁର ଜିଲ୍ଲାର ବଡ଼ ପର୍ବ କହିଲେ ଦୂର୍ଗାପୂଜା, ମା ଶ୍ୟାମାକାଳୀ ପୂଜା ଏହିପରିପ୍ରେକ୍ଷୀରେ ପୂଜା କମିଟିର କର୍ମକର୍ତ୍ତାମାନେ ପ୍ରଶାସନର ନିୟମ ପରିଶରରେ ରହି କର୍ମକର୍ତ୍ତା ମାନେ ପ୍ରଶାସନର ନିୟମ ପରିଶରରେ ରହି କାର୍ଯ୍ୟ କରିବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଷ ଦିଆଯାଇଚି । ଏନେଇ ପ୍ରତ୍ୟେକ ଥାନା ଅଧିକାରୀ ମାନଙ୍କୁ ଜିଲ୍ଲା ଏସପି ରାହୁଲ ପିଆର ନିର୍ଦ୍ଦେଷ ଦେଇଛନ୍ତି । ଶବ୍ଦ ପ୍ରଦୁଷଣ ଉପରେ ଅଙ୍କୁଶ ଲଗାଯିବା ଲାଗି ନିର୍ଦ୍ଦେଷ ଦିଆଯାଇଚି । ଯାଜପୁର ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଏକ କମିଟି ଗଠନ କରାଯାଇଚି । ଯାହାକି ଯାଜପୁର ଜିଲ୍ଲାର ପର୍ବ କହିଲେ ଦୂଗା ପୂଜାକୁ ବୁଝାଏ । ଶାନ୍ତି କମିଟି ମାଧ୍ୟମରେ କାର୍ଯ୍ୟ କରାଯିବା ପାଇଁ ନିର୍ଦ୍ଦେଷ ଦିଆଯାଇଚି । ପାନୀୟ ଜଳ ଠାରୁ ଆରମ୍ଭ କରି ଆଲୋକ ବ୍ୟବସ୍ଥା କରାଯାଇଚି । ପ୍ରତି ମଣ୍ଡପ ପୂଜା କମିଟିର ସଦସ୍ୟ ମାନଙ୍କ ସହମତିରେ ପୂଜା କାର୍ଯ୍ୟ କରାଯିବା ଲାଗି ସ୍ଥିର କରାଯାଇଚି । ଷଷ୍ଠୀ ଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ମଦ ବେପାର ଉପରେ କଟକଣ ଲଗାଯିବା ପାଇଁ ଜିଲ୍ଲା ପୋଲିସକୁ ସତର୍କ ସୂଚନା ଦିଆଯାଇଚି । ୫ ଦିନ ଧରୀ ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗ ନଜର ରଖିବା ପାଇଁ ଦାବି କରାଯାଇଚି । ଡିଜେ ବାଜା ଉପରେ କଟକଣା ଲଗାଯାଇଚି । ହଜାର ହଜାର ଦର୍ଶକଙ୍କ ସମାଗମ ହେବାକୁ ଥିବା ବେଳେ, ଏହା ଉପରେ ପୋଲିସ ପ୍ରଶାସନ ତିକ୍ଷ୍ଣ ନଜର ରଖିବାଲାଗି ପୂଜା କମିଟି ର ସଦସ୍ୟ ମାନେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି । ଶାନ୍ତି ଶୃଙ୍ଖଳା ସହିତ ମାଙ୍କର ପୂଜା କରାଯିବା ଲାଗି ସମସ୍ଥ କମିଟିର ସଦସ୍ୟ ମାନେ ପ୍ରଶାସନକୁ ନିବେଦନ କରିଛନ୍ତି ।@sandhannews.com

Related Posts

About The Author

Add Comment