ମାଡ଼ି ଆସୁଚି ଭୟଙ୍କର ବାତ୍ୟ ଜୱାଦ ଲୋକେ ଆତଙ୍କିତ

Spread the love

ଯାଜପୁର ସଦର,୦୩ା୧୨: ଓଡ଼ିଶାରେ ବାତ୍ୟାର ତାଣ୍ଡବ ଲିଳା ଗୋଟିକ ପରେ ଗୋଟିଏ ହେଉଥିବା ବେଳେ, ପାଣିପାଗ ବିଭାଗ ସୁତ୍ରରୁ ଜଣାଯାଇଚି ଭୟଙ୍କର ବାତ୍ୟ ଜୱାଦ ମାଡ଼ି ଆସିବା ପାଇଁ ସମୁଦ୍ରରେ ରୁପ ନେଉଥିବା ବେଳେ, ଏହି ଭୟଙ୍କର ବାତ୍ୟ କେତୋଟି ଜିଲ୍ଲାକୁ କ୍ଷତିଗ୍ରସ୍ତ କରିବା ତାହା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, କେନ୍ଦ୍ରୀୟ ଆଣ୍ଡାମାନ ସାହରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୁପ ନେଉଥିବା ବେଳେ, ବିଶାଖାପାଟଣା ଠାରୁ ୯୬୦ କିଲୋମିଟର, ଗୋପାଳପୁର ଠାରୁ ୧୦୨୦ କିଲୋମିଟର ଏବଂ ପାରାଦ୍ୱିପ ଠାରୁ ୧୦୬୦ କିଲୋମିଟର ଦୂରରେ ଏହି ବାତ୍ୟା ରିହିଥିବା ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଆସନ୍ତା କାଲି ଏହାର ଗତିପଥ ସୃଷ୍ଟି ହେଉଥିବା ବେଳେ, ଏହାର ପ୍ରଭାବରେ ଆସନ୍ତା କାଲି ରାତିରୁ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହ ଜିଲ୍ଲାରେ ତୁହାକୁ ତୁହା ପବନ ହେବା ସହିତ ଏକ ସାମୁଦ୍ରିକ ଝଡ଼ ବାତ୍ୟା ଜୱାଦ ଉତ୍ତର ପଶ୍ଚିମ ଦିଗକୁ ଗତିକରି ୪ତାରିଖ ସକାଳେ ଏହି ବାତ୍ୟା କେଉଁ ଦିଗକୁ ଗତିକରିବ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ପାଣିପାଗ ବିଭାଗ ମହାନିଦେ୍ର୍ଦଷକ ଡ. ମୃତୁ୍ୟଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକ୍ କ୍ଷତିଗ୍ରସ୍ତ ହେବାର ବହୁ ସମ୍ଭାବନା ଥିବାରୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋରଙ୍କ ନେତୃତ୍ୱରେ ଜୱାଦର ମୁକାବିଲା କରାଯିବା ପାଇଁ ପ୍ରଶାସନ ଅଧିକାରୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଟିତ କରାଯାଇଥିଲା । ଜୱାଦ ବାତ୍ୟା ଭୟରେ ଯାଜପୁର ଜିଲ୍ଲା ଚାଷୀମାନେ ଧାନ ଅମଳ କରିବାକୁ ବିଲରେ ଧାନ ପାଚି ଯାଇଥିବାରୁ ଆତଙ୍କିତ ହୋଇ ପଡ଼ିଥିବା ବେଳେ, ପବନର ଗତି ୯୦ ରୁ ୧୧୦ ପର୍ଯ୍ୟନ୍ତ ବେଗ ରହିଥିବା ପାଣିପାଗ ପକ୍ଷରୁ ସୂଚନା ମିଳିଚି । ଭଦ୍ରକ, ବାଲେଶ୍ୱର, ଯାଜପୁର, ମାଲକାନାଗିରୀ ଜିଲ୍ଲାକୁ ଏଲୋ ୱାରର୍ଣ୍ଣି ଦିଆଯାଇଛି । କଚାଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଯିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସତର୍କ କରାଯାଇଥିଲେ ମଧ୍ୟ ତଳିଆ ଅଞ୍ଚଳରେ ବାସକରୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳି ଏବଂ ବିଭିନ୍ନ ବ୍ଲକରେ ଥିବା ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଘର ଗୁଡ଼ିକରେ ରଖାଯିବା ପାଇଁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ୍ରାଫ୍ଟ ଟିମ, ଅଗ୍ନିଶ୍ରମ ବାହିନୀ ସଜାଗ ଥିବା ବେଳେ, ଜାତିୟ ରାଜପଥ ଏବଂ ଗ୍ରାମଞ୍ଚଳ ମାନଙ୍କରେ ରହିଥିବା ଗଛ ଗୁଡ଼ିକ ବାତ୍ୟାରେ କ୍ଷତିଗ୍ରସ୍ତ ହେବାରୁ ବହୁ ସମ୍ବାବନା ଥିବାରୁ ସେଥିପ୍ରତି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ବନେ୍ଦାବସ୍ତ କରାଯାଇଛି ।

Related Posts

About The Author

Add Comment