ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲେ ସରକାର

Spread the love

ଭୁବନେଶ୍ୱର, ୦୭/୦୪ (ସନ୍ଧାନ ନିୟୁଜ) : ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଭାରତରେ କରୋନା ୧୦୯ଜଣଙ୍କ ଜୀବନ ନେଇଥିବା ବେଳେ ୪୦୦୦ ସଂକ୍ରମିତ ହୋଇଛନ୍ତି। ସେହିପରି ଓଡିଶାରେ କାୟା ବିସ୍ତାର କରିଥିବା ଏହି ଭାଇରସରେ ୩୯ଜଣ ସଂକ୍ରମିତଙ୍କ ହୋଇଛନ୍ତି। ଏହାକୁ ରୋକିବା ଲାଗି ରାଜ୍ୟ ସରକାର ଗ୍ରହଣ କରିଛନ୍ତି ଆବଶ୍ୟକୀୟ ପଦକ୍ଷେପ। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମରେ କୁହାଯାଇଛି କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ। ଏଥିସହ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ। ଘର ବାହାରକୁ ଗଲେ ମାସ୍କ ଓ ରୁମାଲରେ ନାକ ଓ ପାଟି ଢାଙ୍କିବାକୁ ରାଜ୍ୟର ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏହି ମାସ୍କରେ ୨ଟି ଲେୟାର ଥିବା ବାଧ୍ୟତାମୂଳକ। ଏହା ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲଟି ଅଧିକାରୀଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ ଦେଇଛି।

Related Posts

About The Author

Add Comment