ବଡଚଣା, ୨୬/୦୪ (ସନ୍ଧାନ ନିଉଜ): ମାସେ ପୂରିଲାନି ଅସରାୟ ବର୍ଷାରେ ୩ଲକ୍ଷ ଟଙ୍କା ବ୍ୟାୟରେ ନିର୍ମିତ ରାସ୍ତାଟି ଦବି ଯାଇଥିବା ଦେଖିବାକୁ ମିଳିଛି । ବଡଚଣା ବ୍ଲକ ଅନ୍ତର୍ଗତ ବଡଚଣା ଦର୍ପଣ ପୂର୍ତ୍ତ ବିଭାର ରାସ୍ତାର ଡାକବଙ୍ଗଳା ନିକଟରେ ରାସ୍ତାଟି ଦବି ଯାଇଛି । ପୂର୍ବରୁ ଏହି ରାସ୍ତା ପ୍ରସ୍ତତି କରିଣ ହୋଇ ନିର୍ମାଣ କରାଯାଇଥିବା ବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ ଖୁଂଟ ଏବଂ ଦୁଇଟଇ ଗଛକୁ ନଉଠାଇ ଠିକାଦାର ରାସ୍ତା କାର୍ଯ୍ୟଟି ର ଠା ଠି ଭାବେ ସାରିଦେଇଥିଲା । ପୁନଶ୍ଚ ମାର୍ଚ୍ଚ ମାସ ଥିବା ଯୋଗୁ ବିଲ ହାତେଇବା ପାଇଁ ତରବରିଆ ଭାବେ ନିମ୍ନମାନର କାର୍ଯ୍ୟ କରିଥିବାରୁ ରାସ୍ତାରେ ଦବି ଯାଇଛି ବୋଲି ସାଧରଣରେ ଆଲୋଚନା ହେଉଛି । ଏପରକି ଏହି ରାସ୍ତାଟିରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ହୋଇଥିବା କୁହାଯାଉଛି ଏବଂ ଏହି ରାସ୍ତାଟି ବିଭାଗୀୟ ଅଧିକାରୀଙ୍କ ସଠିକ ତଦାରଖ ହୋଇନଥିବାରୁ ଠିକାଦାର ନିଜ ମନମୁଖୀ ଭାବେ କାର୍ଯ୍ୟଟି କରିଦେଇଥିଲା । ଏହି ରାସ୍ତାଦେଇ ଦୈନିକ ଶତାଧିକ ଭାରୀଯାନ ନିକଟରେ ଥିବା ଚାଳକ ପରୀକ୍ଷଣ କେନ୍ଦ୍ରକୁ ପିଟିନେସ ପାଇଁ ଯାଇଥାନ୍ତି । ଦୈବାତ ଗାଡି ଗୁଡିକ ଏହି ରାସ୍ତା କଡକୁ ଚାଲିଗଲେ ଦୃର୍ଘଟଣାର ସମ୍ମଖୀନ ହେବାର ଆଶଙ୍କା ରହିଅଛି । ତୁରନ୍ତ ଏହାର ମରାମତି କରିବାକୁ ସାଧରଣରେ ମତ ପ୍ରକାଶ ପାଇଛି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ମୁଁ ଏହାର ତଦାରକ କରି କାର୍ଯ୍ୟନୁଷ୍ଠାନ ନେବି ବୋଲି ମତ ଦେଇଛନ୍ତି ।
ମାସେ ପୁରିଲାନି ଅସରାୟ ବର୍ଷାରେ ଦବିଗଲା ୩ଲକ୍ଷ ଟଙ୍କାର ରାସ୍ତା; ପୂର୍ତ୍ତ ବିଭାଗର ଦୂର୍ନିତିର ଛିଟା
|
April 26, 2021 |


