ଗୋପବନ୍ଧୁନଗର,୧୬/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଉଦଳା-ବୈଶିଙ୍ଗା ରାସ୍ତା କୁ ଆମର
ବଜାର ମଧ୍ୟରେ ଆଜି ଅପରାହ୍ନରେ ଏକ ମାଲ ବୋଝେଇ ଅକୁ ପଛ ପଟୁ ଏକ କାର ଧକ୍କା ଦେବାରୁ ଅଟି ଭାରସାମ୍ୟ ହରାଇ ଏକ ସାଇକେଲ ଦୋକାନ ମଧ୍ୟକୁ ପଶିଯାଇଥିଲା । ଫଳରେ ଦୋକାନର ପୂର୍ବ ପାର୍ଶ୍ଵ କିଛି ଅଂଶ ଭାଙ୍ଗି ରୁଜି ଯାଇଛି । ତେବେ ଦୋକାନୀ ନିରଞ୍ଜନ ମହାନ୍ତି ବାରଣ୍ଡାରେ ବସି ସାଇକେଲ ସଜାଡୁଥିବା ସମୟରେ ଅଳ୍ପକେ ବର୍ତ୍ତି ପରଛନ୍ତି ।
ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ୪ଟାରେ (ଓଡ଼ି ୧୧ ଭି- ୨୧୧୩)ର ମାଲ ବୋଝାଇ ଅଟୋଟି ଭାଳପୋଖରୀରୁ ମାର୍ବଲ ନେଇ ପୁରୁଣା ବାରିପଦା ଯାଉଥିବା ବେଳେ ମାଣତ୍ରୀରୁ (ଓଡି ୧୧ ବି- ୪୭୫୬୦) ନମ୍ବର ଏକ କାର ପଥୁରୀକଟା ଯାଉଥୁବା ବେଳେ କୁଆମରା ଠାରେ ଅଟୋକୁ ପଛ ପଟୁ ଧକ୍କା
ଦେଇଥିଲା । ତେବେ ଅଟୋଟି ଦୋକାନ ଭିତରେ ବାଡେଇ ହୋଇଯିବା ରୁ ଅଟୋ ଚାଳକ କଦାଗ୍ରାମର ଶରତ ଚନ୍ଦ୍ର ଦାସ (୪୩) ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ କୁଆମରା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ପ୍ରାଥମିକ
ଚିକିତ୍ସା ପରେ ତାଙ୍କୁ ଉଦଳା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି । କାର୍ ଟିର ବାମ ପାର୍ଶ୍ଵ ଭାଙ୍ଗି ଯାଇଥିବା ବେଳେ ଅଟୋଟିର ସମ୍ମୁଖ ଭାଗଟି କ୍ଷତି ଘଟିଛି । ଖବର ପାଇ କୁଆମରା ଫାଣ୍ଡି ପୁଲିସ ପହଂଚି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟି କୁ ଜବତ କରି ଫାଣ୍ଡିକୁ ନିଆ ଯାଇଛି । ତେବେ ଖବର ଲେଖୁବା ବେଳକୁ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ଜାରି ରହିଛି ।
ମାଲ୍ ବୋଝେଇ ଅଟୋକୁ ଧକ୍କା ଦେଲା କାର୍
|
December 16, 2020 |
