ମାଲବାହୀ ଚକାତଳେ ପେଶୀ ହେଇଗଲା ରେଳଠିକା ସଂସ୍ଥାର ସୁପରଭାଇଜର

Spread the love

ରାଇରଙ୍ଗପୁର, ୨୧/୧୨/୨୦୨୦ (ସନ୍ଧାନ ନିଉଜ) ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର-ଟ୍ରେନ ଧକ୍କାରେ ରେଳ ଧାରଣା ନିର୍ମାଣ ଠିକାସଂସ୍ଥାର ସୁପର ଭାଇଜରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଯେ ମୟୂରଭଂଜ ଜିଲ୍ଲାର ଟାଟା-ବାଦାମପାହାଡ ରେଳପଥରେ ବାଦାମପାହାଡରୁ ଏକ ମାଲବାହୀ ଟ୍ରେନ ଟାଟାନଗର ଅଭିମୁଖେ ଆଜି ଦିନ ୧୨.୪୫ରେ ଯାଉଥିବାବେଳେ ଛଣୁଆ ଷ୍ଟେସନ ପାଖରେ ରେଳପଥ ନିର୍ମାଣ କରୁଥିବା ଠିକାସଂସ୍ଥାର ସୁପରଭାଇଜର କାର୍ଯ୍ଯରତ ଥିବାବେଳେ ଧକ୍କା ଦେଇ ଟାଟା ଅଭିମୁଖେ ଚାଲି ଯାଇଥିଲା ।ମାଳବାହୀ ଗାଡିଟି ଅଟକି ନ ଥିଲା ।ଲୋକଟିର ଗୋଡ କଟି ଯାଇଥିଲା ଓ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା ।ମୃତକର ଘର ପଡୋଶୀ ଝାଡଖଣ୍ଡ ରାଜ୍ୟର ଖରସୁଆଁ ।ତାଙ୍କର ନାମ ଅଙ୍କିତ ମିଶ୍ରା ।ଏହି ସମୟରେ ଅନ୍ୟ ଏକ ମାଲବାହୀ ଟ୍ରେନ ଟାଟାନଗରରୁ ବାଦାମପାହାଡ ଆସୁଥିଲା ।ଉତ୍ଯକ୍ତ ଲୋକେ ମୃତକର କ୍ଷତିପୂରଣ ଦାବି କରି ସେହି ମାଲବାହୀ ଟ୍ରେନକୁ ଅଟକାଇଛନ୍ତି ।ଉତ୍ତେଜନା ଲାଗି ରହିଛି ।ଲଖା ପର୍ଯ୍ୟନ୍ତ ରେଳ ବିଭାଗର ପଲିସ ଏବଂ ଉପରସ୍ଥ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ।

ବାରିପଦା ରୁ ଲିଙ୍ଗରାଜ ପଣ୍ଡା ଙ୍କ ରିପୋର୍ଟ

Related Posts

About The Author

Add Comment