ମାଲକାନଗିରି ନୂଆ ବିଧାୟକ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢି

Spread the love

ମାଲକାନଗିରି, ୨୫/୫ (ସନ୍ଧାନ ନିୟୁଜ) ମାଲକାନଗିରି ବିଧାନସଭା ଆସନରେ ବିଜେଡି ଦଳର ସୁପ୍ରୀମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲ୍ଟେଜ ପ୍ରଚାର କାମଦେଲା ନାହିଁ। ମାଲାକନଗିରି ଜିଲ୍ଲାର ବିଜେଡି ଗଡ ଭାବେ ପରିଚିତ ୧୪୬ ନମ୍ବର ମାଲକାନିଗିରି ବିଧାନ ସଭା ଆସନଟି ଚଳିତ ନିର୍ବାଚନରେ ମାଟି କାମୁଡିଛି। ବିଜେଡି ଦୁର୍ଗ ଏଠାରେ ଭୁଷୁଡିଯିବା ସହ ଅନେକ ବର୍ଷପରେ ଏହି ଆସନରୁ ଭାଜପା ଦଳର ପ୍ରାର୍ଥୀ ଆଦିତ୍ୟ ମାଢି ନୂତନ ବିଧାୟକ ଭାବେ ନିର୍ବାଚିତ ହୋଇ ବିଜୟ ପତାକା ଉଡାଇ ପାହାଡି ଇଲାକାରେ ପଦ୍ମଫୁଲ ଫୁଟାଇଛନ୍ତି। ମାଲକାନଗିରି ଆସନରୁ ମୋଟ ୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ ସେମାନଙ୍କ ମଧ୍ୟରେ ମୁଖ୍ୟତ ତ୍ରିମୁଖି ଲଢେଇ ହୋଇଥିଲା। ଭାଜପା ଦଳର ପ୍ରାର୍ଥୀ ଆଦିତ୍ୟ ମାଢି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ଦଳର ପ୍ରାର୍ଥୀ ମାଲା ମାଢି ଙ୍କ ଠାରୁ ୨୫,୫୬୯ଟି ଅଧିକ ଭୋଟପାଇ ବିଜୟ ହାସଲକରିଛନ୍ତି। ଭାଜପା ଦଳର ପ୍ରାର୍ଥୀ ଆଦିତ୍ୟ ମାଢି ୭୦,୨୬୩ ଭୋଟପାଇ ବିଜୟ ହାସଲକରିଥିବା ବେଳେ କଂଗ୍ରେସ ଦଳ ପ୍ରାର୍ଥୀ ମାଲା ମାଢି ୪୪,୬୯୪ ଭୋଟ ପାଇ ଦ୍ୱିତୀୟସ୍ଥାନରେ ଓ ବିଜେଡି ଦଳର ପ୍ରାର୍ଥୀ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ୪୧,୬୬୭ ଟି ଭୋଟପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଆସନରେ ୬୨୯ଟି ପୋଷ୍ଟାଲ ବାଲଟ୍ ଭୋଟିଂ ହୋଇଥିବାବେଳେ ନୋଟା ରେ ୩୨୭୪ ଜଣ ଭୋଟର ସେମାନଙ୍କ ମତଦାନ ଦେଇଛନ୍ତି। ଆଜି ସକାଳେ ରିଟର୍ଣ୍ଣି ଅଫିସର ତଥା ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢିଙ୍କୁ ବିଧାୟକର ବିଜୟୀ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ଠିକ ସେହିପରି ଚିତ୍ରକୋଣ୍ଡା ବିଧାନ ସଭା ଆସନରୁ ବିଜେଡି ଦଳର ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସଦଳର ପ୍ରାର୍ଥୀନୀ ଲକ୍ଷମୀ ପ୍ରୀୟା ନାୟକଙ୍କ ଠାରୁ ୨,୫୪୫ଟି ଅଧିକ ଭୋଟପାଇ ବିଜୟ ହାସଲକରି ବିଜେଡିର ଗଡ ବଞ୍ଚାଇଛନ୍ତି। ବିଜେଡିର ପୂର୍ଣ୍ଣଚନ୍ଦ୍ର ୪୧,୧୯୨ ଭୋଟପାଇ ବିଜୟ ହାସଲ କରିଥିବାବେଳେ କଂଗ୍ରେସ ଦଳ ପ୍ରାର୍ଥୀନୀ ଲକ୍ଷ୍ମିପ୍ରୀୟା ୩୮,୬୪୭ଟି ଭୋଟପାଇ ଦ୍ୱିତୀୟସ୍ଥାନରେ ଓ ଭାଜପା ଦଳର ପ୍ରାର୍ଥୀ ପଦୁମାଝୀ ୨୯,୫୭୯ଟି ଭୋଟପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଆସନରେ ୨୫୪ ଟି ପୋଷ୍ଟାଲ ବାଲଟ୍ ଭୋଟିଂ ହୋଇଥିବାବେଳେ ନୋଟା ରେ ୪୧୫୮ ଜଣ ଭୋଟର ସେମାନଙ୍କ ମତଦାନ ଦେଇଛନ୍ତି। ଏହି ଆସନରୁ ମୋଟ ୬ଜଣ ପ୍ରତିଦ୍ୱନ୍ଦିତା କରୁଥିଲେ। ଏଠାରେ ମୁଖ୍ୟତ ଭାଜପା, କଂଗ୍ରେସ, ବିଜେଡି ତିନୋଟି ଦଳର ମଧ୍ୟରେ ଲଢେଇ ହୋଇଥିଲା।

Related Posts

About The Author

Add Comment