ମାଲକାନଗିରି ୧୨/୦୧/୨୦ (ସନ୍ଧାନ ନିଉଜ) : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପ୍ରସିଦ୍ଧ ଶୈବପୀଠ ଆମ୍ମାକୁଣ୍ଡକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । କିନ୍ତୁ ହୁଡରେ କ୍ଷତିଗ୍ରସ୍ତ ଏହି ପର୍ଯ୍ୟଟନସ୍ଥଳୀର ଆଜି ଯାଏ ପୁନଃଉଦ୍ଧାର ହେ।ଇପାରିନି । ଯାହାକୁ ନେଇ ଅସନ୍ତେ।ଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ।
ସବୁଜ ବନାନୀ ସହ ଦାମଲଦେଇ ଝରଣା ପାଣିର କୁଳୁକୁଳୁ ଶବ୍ଦ । ଘଞ୍ଚ ସବୁଜ ବନାନୀର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭେ।ଗ କରିବାକୁ ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକ ପ୍ରସିଦ୍ଧ ଶୈବପୀଠ ଆମ୍ମାକୁଣ୍ଡକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ଏଠି ମାଁ ଦାମଲଦେଇ ଦେବୀ ଏବଂ ଭଗବାନ ରାମଙ୍କ ପାଦ ସହ ଶିବଙ୍କ ଲିଙ୍ଗ ପୂଜା ପାଉଛନ୍ତି । ତେଣୁ ବର୍ଷ ତମାମ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ । କିନ୍ତୁ ବାତ୍ୟା ହୁଡହୁଡ ପରଠୁ ଅବହେଳିତ ହେ।ଇ ପଡି ରହିଛି ଏହି ପ୍ରସିଦ୍ଧ ଶୈବ ପୀଠ । ଆମ୍ମା କୁଣ୍ଡରେ ବଡବଡ ପଥର ଖସି ମାଁ ଦାମଲଦେଇ ଦେବୀଙ୍କ ମନ୍ଦିର ବନ୍ଦ ହୋଇଯାଇଛି । କିନ୍ତୁ ଆଜି ଯାଏ ପଥର ହଟାଇବାକୁ କୌଣସି ପଦକ୍ଷପ ନିଆ ଯାଇ ନାହିଁ । ଯାହାକୁ ନେଇ ଅସନ୍ତେ।ଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।
କିମ୍ବଦନ୍ତୀ କୁହେ ଏହି ଅଞ୍ଚଳ ଦଣ୍ଡକାରଣ୍ୟ ଥିଲା । ଭଗବାନ ରାମ ଲକ୍ଷ୍ମଣ ସୀତା ଏଠାରେ ବସ ବାସ କରୁ ଥିଲେ । ଏବଂ ବିଭିନ୍ନ ଜାଗାରେ ରାମଙ୍କ ପାଦ ଚିହ୍ନ ରହି ଥିବା ବେଳେ ମାତା ସୀତା ସ୍ନାନ କରୁଥିବା ସୀତା କୁଣ୍ଡ ମଧ୍ୟ ରହିଛି । ସେହି କୁଣ୍ଡରେ ବହୁ ସଂଖ୍ୟକ ମାଛ ରୁହନ୍ତି । ଏହି ମାଛ ଗୁଡିକ ଭଗବାନଙ୍କ ଅବତାର ବୋଲି ଅଞ୍ଚଳ ବାସୀ ବିଶ୍ବାସ କରୁଥିବା ବେଳେ ମାଛମାନଙ୍କୁ ଖାଇବାକୁ ଦେଲେ ମନସ୍କାମନା ପୁରଣ ହେ।ଇଥାଏ ବେ।ଲି କୁହାଯାଏ ।