ମାଲକାନଗିରି ଜିଲ୍ଲାର ଶକ୍ତିପ୍ରସାଦ ଟପର
ମାଲକାନଗିରି, ୨୨/୫ (ସନ୍ଧାନ ନିୟୁଜ) ବହୁଦିନର ପ୍ରତିକ୍ଷା ପରେ ଆଜି ପ୍ରକାଶପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ। ମାଲକାନଗିରି ଜିଲ୍ଲା ରେ ଚଳିତ ହାଇସ୍କୁଲ ବାର୍ଷୀକ ପରୀକ୍ଷାରେ ୫୮.୩୯ ପ୍ରତିଶତ ପାସହାର ହୋଇଛି। ସେଥିମଧ୍ୟରୁ ବାଲିମେଳା ସରକାରି ହାଇସ୍କୁଲର ଛାତ୍ର ଶକ୍ତିପ୍ରସାଦ ରାଉତ ୯୦.୧୬ ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଟପର ହୋଇଛନ୍ତି। ଜିଲ୍ଲାର ୧୦୯ଟି ହାଇସ୍କୁଲର ମୋଟ ୫୫୧୫ଜଣ ପରୀକ୍ଷାର୍ଥୀ ୩୧ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।ସେମାନଙ୍କ ମଧ୍ୟରୁ ମାତ୍ର ୩୨୨୦ଜଣ ପାସ କରିଥିବାବେଳେ ଜଣେ ପାରୀକ୍ଷାର୍ଥୀ ଗ୍ରେଡ ଏ ୧ ରେ ରହି ୯୦.୧୬ ପ୍ରତିଶତ ନମ୍ବର ଆଣିଛନ୍ତି। ଏ ଗ୍ରେଡ ୨ ରେ ୧୮ଜଣ, ବି ଗ୍ରେଡ ୧ରେ ୫୬ଜଣ, ବି ଗ୍ରେଡ ୨ରେ ୧୩୪ଜଣ, ସି ଗ୍ରେଡ ରେ ୩୫୮ଜଣ, ଡି ଗ୍ରେଡ ରେ ୯୭୬ଜଣ, ଇ ଗ୍ରେଡ ରେ ୧୬୫୦ଜଣ ପାସ କରିଥିବାବେଳେ ଏଫ ଗ୍ରେଡ ରେ ୨୨୯୫ ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୧୨ଜଣ ବାଳକ ଓ ୧୫୦୮ଜଣ ବାଳିକା ରହିଛନ୍ତି। ଜିଲ୍ଲାରେ ମୋଟ ୫୮.୩୯ ପ୍ରତିଶତ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷାରେ ପାସକରିଛନ୍ତି। ଗ୍ରେଡ ଏ ୧ର ରେ ବାଲିମେଳା ହାଇସ୍କୁଲ ଛାତ୍ର ଶକ୍ତିପ୍ରସାଦ ରାଉତ ମୋଟ ୫୪୧ ନମ୍ବର ରଖି ଜିଲ୍ଲାରେ ଟପର ହୋଇ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି। ଚଳିତ ବର୍ଷ ମାଲାକନଗିରି ଜିଲ୍ଲାରେ ହାଇସ୍କୁଲ ପରୀକ୍ଷାରେ ଗତବର୍ଷ ତୁଳନାରେ ପାସ ହାର ବହୁତ କମ ରହିଛି। ଏହାର ମୁଖ୍ୟ କାରଣ ହେଲା ଜିଲ୍ଲାରେ ଅନେକ ହାଇସ୍କୁଲରେ ଶିକ୍ଷକ ପଦବି ଖାଲି ପଡିଛି।ନୁଆ ହାଇସ୍କୁଲ ଗୁଡିକରେ ପ୍ରାୟ ଶିକ୍ଷକ ନଥିବାରୁ ମଧ୍ୟଇଂରାଜି ଓ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ବାଧ୍ୟ ହୋଇ ପାଠ ପଢାଉଛନ୍ତି। ଜିଲ୍ଲାରେ ହାଇସ୍କୁଲ ଗୁଡିକ ଭିତି ଭୁମି ଠିକ ଥିଲେ ମଧ୍ୟ ବିଭିନ୍ନ ବିଷୟରେ ଶିକ୍ଷକ ପାଦବି ବହୁବର୍ଷ ଧରି ଖାଲିପଡିବା ଫଳରେ ଛାତ୍ର ଛାତ୍ରୀ ମାନେ ଠିକ ଭାବେ ଶିକ୍ଷାଦାନ ପାଇପାରୁ ନାହାଁନ୍ତି। ଯାହା ଫଳରେ କି ମେଟ୍ରୀକ ପାସ ହାର ବହୁତ କମ ରହୁଛି।ଗତ ବର୍ଷ ମାଲକାନଗିରି ଜିଲ୍ଲାରେ ୫୯.୩୨ ପ୍ରତିଶତ ମାଟ୍ରୀକ ପାସ ହାର ରହି ଏ୧ ରେ ୭ଜଣ ଅଧିକ ନମ୍ବର ରଖି ପାସକରିଥିବା ବେଳେ ଚଳିତ ବର୍ଷ ମାତ୍ର ୫୮.୩୯ ପ୍ରତିଶତ ପାସହାର ରହି ସମଗ୍ର ରାଜ୍ୟରେ ଶିକ୍ଷା କ୍ଷେତ୍ରେରେ ତିନି ନମ୍ବରରେ ପଛୁଆ ଜିଲ୍ଲାଭାବେ ଚିହ୍ନଟ ହୋଇଛି। ମୋଟ ଉପରେ ପୁଅ ଙ୍କ ପାସ ହାର ସଖ୍ୟାବୃଦ୍ଧି ପାଇଛି। ଗତ ବର୍ଷ ଅପେକ୍ଷା ମାଲାକନଗିରି ଜିଲ୍ଲାରେ ମାଟ୍ରୀକ ପାସ ହାର ବହୁତ କମହେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ, ଏପରି କାହିଁକି ହେଲା ଏ ସଂପର୍କରେ ଖୁବ ଶିଘ୍ର ଜିଲ୍ଲାର ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରାଯିବ ବୋଲି ଜିଲ୍ଲାଶିକ୍ଷାଅଧିକାରୀ ରମେଶ ଚନ୍ଦ୍ର ସେଠି କହିଛନ୍ତି।
Related Posts
About The Author