ମାଲକାନଗିରିର: ଆଦିବାସୀ ଛାତ୍ରୀ ଜାତୀୟସ୍ତରରୁ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ,

Spread the love
ମାଲକାନଗିରି,୭/୧୨ (ସନ୍ଧାନ ନିୟୁଜ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାପ୍ରତି ସମସ୍ତଙ୍କର ଗୋଟିଏ  ଧାରଣା ଥାଏ ଏହା ୩୦ନମ୍ବର ଜିଲ୍ଲା, ହେଲେ ଜନସାଧାରଣ ଙ୍କ ଏହି ଧାରଣାକୁ ଭୂଲବୋଲି ପ୍ରମାଣିତ କରି ଜାତୀୟସ୍ତର କ୍ରୀଡା ପ୍ରତିଯୋଗୀତରେ ଭାଗନେଇ ଜିଲ୍ଲାର ଜଣେ ଆଦିବାସୀ ଛାତ୍ରୀ ତିନୋଟି ସ୍ୱର୍ଣ୍ଣପଦକ ହାସଲକରି ରାଜ୍ୟ ତଥା ଜିଲ୍ଲାପାଇଁ ଗୌରବ ଆଣିଦେଇ ମାଲକାନଗିରି ଜିଲ୍ଲା କୌଣସି ଗୁଣରେ କମ ନୁହଁ ବୋଲି ପ୍ରମାଣିତ କରିଛନ୍ତି । ମାଲକାନଗିରି ଜିଲ୍ଲା ମାର୍କେଲଗୁଡା ଠାରେ ଥିବା ଟାଗୋର ସୋସାଇଟ ଶିଶୁଗୃହରେ ରହିପାଠପଢୁଥିବା ସପ୍ତମଶ୍ରେଣୀର ଆଦିବାସୀ ଛାତ୍ରୀ ରିମଝିମ ମାଡକାମି(୧୨) ଗତ ୨୬ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ନୁଆଦିଲ୍ଲୀଠାରେ ଆୟୋଜିତ ଜାତୀୟସ୍ତର ହୋସଲା ପ୍ରତି ଯୋଗୀତା ରେ ଭାଗନେଇଥିଲେ । ସେହି ପ୍ରତିଯୋଗୀତାରେ ୧୮ଟି ରାଜ୍ୟର ଶତାଧିକ ଛାତ୍ର ଛାତ୍ରୀ ଭାଗନେଇଥିଲେ । ରିମଝିମ ମାଡକାମି ଲଙ୍ଗଜମ୍ପ,୧୦୦ମିଟର ଦୌଡ ଓ ମହିଳା ଫୁଟବଲ ପ୍ରତି ଯୋଗୀତାରେ ଭାଗନେଇ  ତିନୋଟି ବିଭାଗରୁ  ପ୍ରଥମସ୍ଥାନ ଅଧିକାର କରି ତିନୋଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ସେ ଓଡିଶା ରାଜ୍ୟ ଟିମ ପାଇଁ ଖେଳୁଥିଲେ , ଜଣେ ଆଦିବାସୀ ଛାତ୍ରୀ ଜାତୀୟ ସ୍ତରରେ ତିନୋଟି ବିଭାଗରେ ପ୍ରଥମସ୍ଥାନ ଅଧିକାର କରି ତିନୋଟି ସ୍ୱର୍ଣ୍ଣପଦକ ପାଇଥିବାରୁ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଓ ଶିଶୁମହିଳା କଲ୍ୟାଣ ମନ୍ତ୍ରୀ ପ୍ରଫୁଲ ସାମଲ ରିମଝିମ ମାଡକାମି ଙ୍କ ସହିତ ଓଡିଶା ଟିମକୁ ଗୋଟିଏ ଲେଖା ରୌପ୍ୟର ଆଶୋକ ଚକ୍ର ପୁରସ୍କାର ଦେଇ ସମ୍ମାନିତ କରିଥିଲେ ଓ ପ୍ରତି ସ୍ୱଣ୍ଣ ର୍ପଦକ ବିଜେତାଙ୍କୁ ୫୦ହଜାର ଟଙ୍କା ଲେଖା ପ୍ରୋତ୍ସାହନ ରାଶି ମୁଖ୍ୟମନ୍ତ୍ରୀ ଙ୍କ ଫଣ୍ଡରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ରିମଝିମ ସହିତ ଜାତୀୟସ୍ତରରେ ଭାଗନେଇଥିବା ସମସ୍ତ କ୍ରୀଡାବିତ ମାନଙ୍କୁ ମାଗଣାରେ ହକି ବିଶ୍ୱକପ ଖେଳ ଦେଖିବାର ସୁଯୋଗ ଦିଆଯାଇଥିଲା ।
୫ତାରିଖରେ ରିମ ଝିମ ମାଡକାମି ମାଲକାନଗିରିରେ ପହଁଚିଲା ପରେ ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ରିମଝିମଙ୍କୁ ପୁସ୍ପଗୋଛଦେଇ ସମ୍ବୋର୍ଧିତ କରଥିଲେ । ତାଙ୍କୁ କ୍ରୀଡା ହଷ୍ଟେଲ ରେ ରଖି ସ୍ୱତନ୍ତ୍ର ଭାବେ ତାଲିମ ଦେବାର ବ୍ୟବସ୍ଥା କରିବାପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ମାଲକାନଗିରି ଜିଲ୍ଲାର  ଗରିବ ଆଦିବାସୀ ଛାତ୍ରୀ ରିମଝିମ ମାଡକାମି ଜାତୀୟସ୍ତର ହୋସଲା ପ୍ରତି ଯୋଗୀତାରେ ଭାଗନେଇ  ତିନୋଟି ସ୍ୱର୍ଣ୍ଣପଦକ ହାସଲ କରିଥିବାରୁ ବିଧାୟକ ମାନସ ମାଡକାମି,ଏସପି ଜଗମୋହନ ମୀନା,ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ,ଜିଲ୍ଲାକ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ, ଆଦିବାସୀ ଗବେଷକ ତଥା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ,ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ,ଜିଲ୍ଲା ମହିଳା ଶିଶୁ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ,ଜିଲ୍ଲା ଆନୁଷ୍ଟନିକ ଯତ୍ନ ଅଧିକାରୀ ସୁଦେସ୍ନାରାଉତ, ଟାଗୋର ସୋସାଇଟ ସଂଯୋଜକ ଅକ୍ଷୟକୁମାର ଦାଶ,ପ୍ରଧାନଶିକ୍ଷୟତ୍ରୀ ଜୟା ଗାଏନ,ଶିକ୍ଷୟତ୍ରୀ ବନିତା ପଡିଆମି ଓ ଶିଶୁଗୃହ ଅଧିକାରୀ ମାନଙ୍କ ସହିତ ଜିଲ୍ଲାବାସୀ ବିଜୟୀପ୍ରତି ଯୋଗୀ ରିମ ଝିମ ମାଡକାମି ଙ୍କୁ ସ୍ୱାଗତ ସମ୍ବୋର୍ଦ୍ଦନା ସହିତ ବଧେଇ ଜଣାଇ ତାଙ୍କର ସଫଳତା କାମନା କରିଛନ୍ତି  । ସୁଚନା ଯୋଗ୍ୟ ଯେ ଗତ ନଭେମ୍ବର ମାସ ୧୧ଓ ୧୨ତାରିଖରେ ମହିଳା ଓ ଶିଶୁବିକାଶ ସଂସ୍ଥା ପକ୍ଷରୁ  ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତର ହୋସଲା ପ୍ରତିଯୋଗୀତାରେ ରେ ଗରିବ ଆଦିବାସୀ ଛାତ୍ରୀ ରିମଝିମ ମାଡକାମି ବାଳିକା ବିଭାଗର ୧୦୦ମିଟର ଦୌଡ ଓ ଲଙ୍ଗଜମ୍ପରେ ରାଜ୍ୟସ୍ତରରେ ପ୍ରଥମସ୍ଥାନ ପାଇ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲକରି  ଜାତୀୟ ସ୍ତର ହୋସଲା ପ୍ରତି ଯୋଗୀତାରେ ଖେଳିବା ପାଇଁ ମନୋନିତ ହୋଇଥିଲେ । ମାଲକାନଗିରି ଜିଲ୍ଲାସ୍ଥ କୋରକୁଣ୍ଡା ବ୍ଲକ ତୁମସାପାଲି ପଚାଂୟତ କରସ୍ତାଗୁଡା ଗ୍ରାମର ଗରିବ କୋୟା ଆଦିବାସୀ ସଂପ୍ରଦାୟର ପିଦିଆ ମାଡକାମି ଙ୍କ ଝିଅ ରିମଝିମ ମାଡକାମି , ରିମଝିମର ପାଠପଢା ଓ କ୍ରୀଡା ପ୍ରତି ଆଗ୍ରହ ଥିବାର ଦେଖି ତାକୁ ମାର୍କେଲଗୁଡା ଠାରେ ଥିବା ଶିଶିଗୃହରେ ବାପା ପଦିଆ ଓ ମା ଦେବେ ମାଡକାମି ପାଠପଢିବା ପାଇଁ ଛାଡିଦେଇଥିଲେ । ସେଠାରେ ୭ମ ଶ୍ରେଣୀରେ ରିମଝିମ ଅଧ୍ୟୟନକରୁଛନ୍ତି, ସେ ଭଲ ପାଠପଡିବାସହିତ ଭଲ ଖେଳୁ ଥିବାରୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ  ରିମଝିମଙ୍କ କ୍ରୀଡା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା

Odiapua

Related Posts

About The Author

Add Comment