ମାଲକାନଗିରିରେ ଉତ୍ତେଜନା ଘଟଣା : ଆହୁରି ୧୮ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣାକୁ ବୃଦ୍ଧି କରିଛି ପ୍ରଶାସନ

Spread the love

 ମାଲକାନଗିରି : ୧୦ /୧୨ /୨୫ (ସନ୍ଧନ ନ୍ୟୁଜ ) ମାଲକାନଗିରିରେ ଉତ୍ତେଜନାକୁ ଅଟକାଇବା ପାଇଁ ଜିଲ୍ଲାରେ ଆଉ ୧୮ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣାକୁ ବୃଦ୍ଧି କରିଛି ପ୍ରଶାସନ। ଆସନ୍ତାକାଲି ଦିନ ୧୨ଟା ପର୍ଯ୍ୟନ୍ତ କଟକଟଣା ବଳବତ୍ତର ରହିବା ନେଇ ସୂଚନା ମିଳିଛି। ମଙ୍ଗଳବାର ଦିନ ଗୃହ ବିଭାଗ ଏନେଇ ନିର୍ଦ୍ଦେଶନାମା ଜାରି କରିଛି। ହେଲେ ଏଥିରୁ ସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ ଓ ରେଳସେବା କୁ ବାଦ୍ ଦିଆଯାଇଛି। ସୂଚନା ଅନୁସାରେ ଗତ ୬ ଦିନ ତଳେ ରାଖାଲଗୁଡ଼ା ଗାଁର ଜଣେ ମହିଳା ନିଖୋଜ ଥିଲେ। ଗତ ରବିବାର ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପୋଟେରୁ ନଦୀ କୂଳରୁ ମିଳିଥିଲା । ଏହା ପରଠାରୁ ମାଲାକନଗିରି ଦୁଇ ଗାଁ ରାଖାଲଗୁଡ଼ା ଓ MV 26 ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଯାହାକୁ ନେଇ ୨ ଗାଁ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ଦୋନାକ, ଘର ଓ ବିଭିନ୍ନ ସ୍ଥାନରେ ଉତ୍ତେଜିତ ଲୋକ ନିଆଁ ଲଗାଇ ଦେଇଥିଲେ । ତେବେ, ଏହି ଉତ୍ତେଜନା ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ଗତ କାଲିଠାରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ ରହିଥିଲା ତେବେ ପୁଣି ପୋଲିସ୍ ଜିଜି ସମୀକ୍ଷା କରିବା ପରେ ଇଣ୍ଟରନେଟ୍ ସେବାକୁ ଆହୁରି ୧୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି।   ସେପଟେ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗାଁରେ ମୃତଦେହ ପହଞ୍ଚିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି। ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।

Related Posts

About The Author

Add Comment