ରାଂଚି, ୨୮/୨(ସନ୍ଧାନ ନିୟୁଜ) : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ଶୃଙ୍ଖଳା ମାର୍ଚ୍ଚ ୨ରୁ ଆରମ୍ଭ ହେବ। ଏହି ଶୃଙ୍ଖଳାର ୩ୟ ମ୍ୟାଚ ମାର୍ଚ୍ଚ ୮ରେ ଝାଡ଼ଖଣ୍ଡର ରାଜଧାନୀ ରାଂଚି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍ସାହ ରହିଛି। ଝାଡ଼ଖଣ୍ଡ ଷ୍ଟେଟ୍ କ୍ରିକେଟ ଆସୋସିଏସନ୍ (ଜେଏସ୍ସିଏ) ଦ୍ୱାରା ମ୍ୟାଚର ଟିକେଟ ବାବାଦରେ ନିଆଯାଇଥିବା ନିଷ୍ପତ୍ତି ପ୍ରତି ଅନେକ କ୍ରିକେଟପ୍ରେମୀ ଖୁସି ଅଛନ୍ତି।
ରାଂଚି ଦିନିକିଆକୁ ନେଇ କ୍ରିକେଟ୍ପ୍ରେମୀ ରାଂଚି ଏବଂ ଅନ୍ୟସ୍ଥାନରେ ଉତ୍ସାହିତ ଅଛନ୍ତି। କାରଣ ସେମାନେ ଷ୍ଟାଡିୟମ୍ କାଉଣ୍ଟରରୁ ଟିକେଟ ପାଇପାରିବେ। ଅପରପକ୍ଷେ କିଛି କ୍ରିକେଟ ପ୍ରଶଂସକଙ୍କୁ ଟିକେଟ ପାଇବା ସହଜ ହେବ ନାହିଁ। କାରଣ ଟିକେଟ କିିଣିବାକୁ ହେଲେ କାଉଣ୍ଟର ଲାଇନ୍ରେ ଛିଡ଼ା ହେବାକୁ ପଡିବ।
ଜେଏସସିଏ ପରିଚାଳନା କହିବା ଅନୁସାରେ ଦର୍ଶକ ଲାଇନ୍ରେ ଛିଡ଼ା ହୋଇ କେବଳ କାଉଣ୍ଟରରୁ ଟିକେଟ ନେଇପାରିବେ। ଏଥି ପାଇଁ ଅନ୍ଲାଇନ୍ ଟିକେଟ ଉପଲବ୍ଧ ହେବ ନାହିଁ। ଏହା କେବଳ କାଉଣ୍ଟରରେ ହିଁ ଉପଲବ୍ଧ ହେବ। କିଛି କ୍ରିକେଟପ୍ରେମୀ ଜେଏସସିଏ ନିଷ୍ପତ୍ତି ନେଇ ବିମୁଖ ହୋଇପଡ଼ିଛନ୍ତି। କାରଣ ସେମାନେ ଏବେ ଘରେ ବସି ଟିକେଟ କିଣି ପାରିବେ ନାହିଁ।