ମାଫିଆ ମାନୁ ନାହାନ୍ତି ପୋଲିସକୁ: ପଥର ମାଫିଆଙ୍କ ଆକ୍ରମଣରେ କପ୍ତିପଦା ଏଏସ୍‌ଆଇ ଗୁରୁତର

Spread the love

ଉଦଳା, ୧୩/୫ (ସନ୍ଧାନ ନିୟୁଜ): ଗିରଫ କରିବାକୁ ଯାଇଥିବା ବେଳେ ଦୁଇ ପଥର ମାଫିଆ ଓ ସେମାନଙ୍କ ପରିବାର ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି କପ୍ତିପଦା ଥାନା ଏଏସ୍‌ଆଇ ଶୁଭେନ୍ଦୁ ବେହେରା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଡାହିସାହି ଗାଁର ଦୁଇ ପଥର ମାଫିଆ ଭାଇ ବସନ୍ତ ଓ ହେମନ୍ତ ବେହେରା ଜଣେ ଆର୍‌ଆଇଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଗତକାଲି ରାତିରେ କପ୍ତିପଦା ଏଏସ୍‌ଆଇ ସେମାନଙ୍କୁ ଗିରଫ କରିବାକୁ ଯାଇଥିଲେ। ସେଠାରେ ବସନ୍ତ ଓ ହେମନ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଏମିତିକି ସେମାନଙ୍କ ପରିବାର ଲୋକେ ମଧ୍ୟ ଏଏସ୍‌ଆଇଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଏହି ଘଟଣାରେ ଅଭିଯୁକ୍ତ ବସନ୍ତ ବେହେରା, ତାଙ୍କ ସ୍ତ୍ରୀ ଲକି ବେହେରା, ହେମନ୍ତ ବେହେରା, ତାଙ୍କ ସ୍ତ୍ରୀ ଜୟନ୍ତୀ ବେହେରାଙ୍କୁ ପୁଲିସ୍ ଗିରଫ କରିଛି। ତେବେ ବସନ୍ତ ଓ ହେମନ୍ତଙ୍କ ବାପା କିଶୋରଚନ୍ଦ୍ର ବେହେରା ଫେରାର ହୋଇଯାଇଛନ୍ତି।ସୂଚନାଯୋଗ୍ୟ, ଉଭୟ ବସନ୍ତ ଓ ହେମନ୍ତ ପଥର ଚୋରା ଚାଲାଣ କରୁଥିବା ବେଳେ ଆର୍‌ଆଇ ସେମାନଙ୍କ ଗାଡ଼ିକୁ ଜବତ କରିଥିଲେ। ହେଲେ ଦୁଇ ଭାଇ ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ କପ୍ତିପଦା ତହସିଲଦାର ଥାନାରେ ଏତଲା ଦେଇଥିଲେ। ଏହି ମାମଲାର ତଦନ୍ତ କରି ଏଏସ୍‌ଆଇ ଶୁଭେନ୍ଦୁ ବେହେରା ସେମାନଙ୍କୁ ଗିରଫ କରିବାକୁ ଯାଇଥିଲେ।

Related Posts

About The Author

Add Comment