ଯାଜପୁର,୫/୩ (ସନ୍ଧାନ ନିୟୁଜ) : ବହୁଚର୍ଚ୍ଚିତ ପାଣିକୋଇଲି ଟୋଲ୍ ଗେଟ୍ କେସ୍ ଏବେ ଭିନ୍ନ ମୋଡ ନେଇଛି । ପ୍ରକାଶଯୋଗ୍ୟ ଯେ ଗତ ୨୪.୧୦.୨୦୧୮ ରେ ପାଣିକୋଇଲି ଟୋଲ୍ ଗେଟ୍ ରେ କାର୍ଯ୍ୟରତ ରବୀନ୍ଦ୍ର ପୂର୍ତ୍ତୀ ନାମକ ଦଳିତ ଆଦିବାସୀ OAPF (ଓଡିଶା ଅକ୍ସୁଲାରୀ ପୋଲିସ୍ ଫୋର୍ସ ) ଙ୍କୁ ଆଦର୍ଶ ଥାନା ଯାଜପୁର ରୋଡ୍ ର ପୂର୍ବତନ ଥାନା ଅଧିକାରୀ ଜାତିଆଣ ଆକ୍ଷେପ ସହ ମାଡ ମାରିବାକୁ ଉଦ୍ୟମ କରିଥିଲେ । ନିଜ ସାମାଜିକ ପ୍ରତିଷ୍ଠା ଏବଂ ସମ୍ମାନ ଏବଂ ଜୀବନ ବଞ୍ଚାଇବାର ସାଧାରଣ ପ୍ରୟାସକୁ ପ୍ରତିହତ କରିବା ଅଭିଯୋଗରେ ଦଳିତ OAPF ରବୀନ୍ଦ୍ର ପୂର୍ତ୍ତୀ ପ୍ରଥମେ ଓଡିଶା ସରକାରଙ୍କ ଅନ୍ ଲାଇନ୍ ୨୪୫୦୩୦୭୩୦୭୧୮୦୦୦୦୬ ରେ ଏତଲା ପଞ୍ଜିକୃତ କରିଥିଲେ । କିନ୍ତୁ ଦୁର୍ଭାଗ ବଶତଃ ଏହି ଏତଲା ଉପରେ କୌଣସି ପଦକ୍ଷେପ କାର୍ଯ୍ୟକରୀ ନ ହେବାରୁ ଦଳିତ OAPF ଜଣକ ସ୍ଥାନୀୟ ପାଣିକୋଇଲି ଥାନାକୁ ଏକ ରେଜିଷ୍ଟ୍ରି ଚିଠି ମାଧ୍ୟ୍ବମରେ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ମାତ୍ର ଉକ୍ତ ରେଜିଷ୍ଟ୍ରି ମାଧ୍ୟମରେ ଯାଇଥିବା ଏତଲାକୁ ସଂପୃକ୍ତ ଥାନା ଅଧିକାରୀ ଗ୍ରହଣ କରିଠ ନ ଥିଲେ ବରଂ ଯାଜପୁର ରୋଡ୍ ଆଦର୍ଶ ଥାନା ର ପୂର୍ବତନ ଆଦର୍ଶ ଅଧିକାରୀ ଙ୍କ ମାନ ସମ୍ମାନ ରକ୍ଷା ନିମନ୍ତେ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ ,ବରଂ ଉକ୍ତ ଘଟଣାକୁ ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଲୋଚନକୁ ଆଣିଥିବା ଜଣେ ସାମାଜିକ କର୍ମୀ ତଥା ମେସ୍କୋ ଇଲେକ୍ଟ୍ରିକାଲ୍ ଯନ୍ତ୍ରୀ ରବୀନ୍ଦ୍ର ଦାସ ଙ୍କୁ ଗିରଫ୍ କରିଥିଲେ ।ତେଣୁ ଅନ୍ୟ ଉପାୟ ନପାଇ ସଂପୃକ୍ତ OAPF ଜଣକ ଗତ ୧୩.୦୧.୨୦୧୯ ରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହେଇଥିଲେ ।
ଏଭଳି ଏକ ସମ୍ବେଦନଶୀଳ ଘଟଣାର ତୁରନ୍ତ ବିଚାର କରି ଗତ ୧୯.୦୨.୨୦୧୯ ରେ ମାନ୍ୟବର ହାଇକୋର୍ଟ ଅଭିଯୁକ୍ତ ଥାନା ଅଧିକାରୀ ଅମିତାଭ ମହାପାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପାଣିକୋଇଲି ଥାନାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ।
ମାତ୍ର ଅଭିଯୋଗ ହେଉଛି, ରେଜିଷ୍ଟ୍ରି ଚିଠି (RO932939978IN) ମାଧ୍ୟମରେ ଯାଇଥିବା ମାନ୍ୟବର ହାଇକୋର୍ଟଙ୍କ ଉକ୍ତ ନିର୍ଦ୍ଦେଶନାମା କୁ ପାଣିକୋଇଲି ଥାନା ଅଧିକାରୀ ଗ୍ରହଣ କରିବାକୁ ସଂପୂର୍ଣ ମନା କରିଦେଇଛନ୍ତି । କେବଳ ଏତିକି ନୁହେଁ, ଉକ୍ତ ଘଟଣାକୁ କାଣ୍ଟଛାଟ୍ କରିବା ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ସଂପୃକ୍ତ OAPF କର୍ମଚାରୀଙ୍କୁ ଗତ ୨୩.୦୨.୨୦୧୯ ଧାରା ୪୧ (କ) ରେ ନୋଟିସ୍ କରାଯାଇ ଆସନ୍ତା ୯.୦୩.୨୦୧୯ ରେ ପାଣିକୋଇଲି ଥାନାରେ ହାଜର୍ ହେବା ପାଇଁ ଷଡଯନ୍ତ୍ର କରାଯାଇଛି ବୋଲି ରବୀନ୍ଦ୍ର ପୂର୍ତ୍ତୀ ଅଭିଯୋଗ କରିଛନ୍ତି।
ଆଇନ୍ ର ରକ୍ଷକ ଯଦି ଆଇନ୍ ପାଳନ କରିବାକୁ ଦ୍ବିଧା ପ୍ରକାଶ କରୁଛି ତେବେ ଦେଶର ସମ୍ବିଧାନ ପ୍ରତି ପାଣିକୋଇଲି ଥାନା ଅଧିକାରୀ ଅଜୟ ଜେନା କେତେ ଅନୁରକ୍ତ ଏବଂ ଆଜ୍ଞାଧୀନ, ତାହା ସହଜେ ଅନୁମେୟ ।।