ମାନସିକ ବିକାର ଗ୍ରସ୍ତ ପୁଅ ବାସହରା ହୋଇଗଲେ ପରିବାର

Spread the love

ପାଟଣା ୧୯/୦୧/୨୦ (ସନ୍ଧାନ ନିଉଜ) : ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଗୋଡିପୋଖରୀ ଗ୍ରାମରେ ରବିବାର ଦ୍ଵିପହରରେ ଅଗ୍ନିକାଣ୍ଡ ଯୋଗୁଁ ଗ୍ରାମର ଭାବଗ୍ରାହୀ ମହାନ୍ତଙ୍କ ୪ ବଖରା ମାଟି ଟାଇଲ ଛପର ଘର ଜଳିପୋଡି ନଷ୍ଟ ହୋଇଯାଇଛି। ଏଥିରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଧାନ, ଚାଉଳ ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣା ସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି।

ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ରେ ଭାବଗ୍ରାହୀ ମହାନ୍ତଙ୍କ ବିକୃତ ମସ୍ତିଷ୍କ ପୁଅ ଘରେ ନିଆଁ ଲଗାଇ ଦେଇଥିଲା ଫଳରେ ଭାବଗ୍ରାହୀଙ୍କର ୪ ବଖରା ଘର ପୋଡି ଯାଇ ନଷ୍ଟ ହୋଇଯିବା ସହିତ ବାସହୀନ ହୋଇ ଯାଇଛନ୍ତି। ଭାବଗ୍ରାହୀ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related Posts

About The Author

Add Comment