ମାନସିକ ବିକାରଗ୍ରସ୍ଥ ବ୍ୟକ୍ତି ନିରୁଦିଷ୍ଟ

Spread the love

ଯାଜପୁର, ୧୨/୦୬/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହାଁ (ହଳଦିଆଗଦା)ଗ୍ରାମର ସ୍ବର୍ଗତ ସୁକଦେଵ ମହାନ୍ତିଙ୍କ ପୁଅ ବିଜୟ କୁମାର ମହାନ୍ତି ଡାକନାମ(ଟୁନା) ବୟସ ୪୬ ରଙ୍ଗ ଗୋରା ଉଚ୍ଚତା ୫ଫୁଟ ୨ ଇଞ୍ଚ  ସେଜଣେ ମାନସିକ ବିକାରଗ୍ରସ୍ଥ ବ୍ୟକ୍ତି । ପୂର୍ବରୁ ପ୍ରତ୍ୟେକ ଦିନ ବାହାରକୁ ଯାଇଥାନ୍ତି ଓ ସନ୍ଧ୍ୟାରେ ଘରକୁ ଫେରି ଆସନ୍ତି କିନ୍ତୁ ଗତ ୯/୬/୨୦୨୦ ରିଖ ମଙ୍ଗଳବାର   ସକାଳ ୯ ଘଟିକା ସମୟରେ ଘରୁ ସବୁଦିନ ପରି ବାହାରକୁ ଯାଇଥିଲେ କିନ୍ତୁ ଦୁଃଖର ବିଷୟ ଯେ ସେ ଏ ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି  ,ସେ  ଜଣେ ମାନସିକ ବିକାରଗ୍ରସ୍ଥ ବ୍ୟକ୍ତି ହୋଇ ଥିବାରୁ ପରିବାର ଲୋକେ ଅଞ୍ଚଳରେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ବିଜୟର କୌଣସି ଖୋଜ ଖବର ପାଇ ନଥିଲେ ଏଥିନେଇ ବିଜୟର ସାନଭାଇ ସୁଶାନ୍ତ ନିକଟସ୍ଥ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ । ବିଜୟ ଗଲାବେଳେ କଳା ରଙ୍ଗର ପ୍ୟାଣ୍ଟ ଓ ପିଙ୍କ୍ ରଙ୍ଗର ଚେକ୍ ସାର୍ଟ ପିନ୍ଧିଥିଲେ  ।ଯଦିଓ  କୌଣସି ବ୍ୟକ୍ତି ବିଜୟର ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ୯୮୫୩୭୯୧୨୧୪/ ୯୦୯୦୧୫୦୧୫୦ ରେଯୋଗା ଯୋଗ କରିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି ।।।

Related Posts

About The Author

Add Comment