ମାତ୍ରାଧିକ ଇଞ୍ଜେକ୍ସନ୍ ପାଇଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯାଗ

Spread the love

ଯାଜପୁର ସଦର, ୪/୩ (ସଂଚାର ନିୟୁଜ/ଗୋପିନାଥ ଦାଶ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତର ଚାନ୍ଦପୁର ଗ୍ରାମର ୬ମାସର ଏକ ଶିଶୁପୁତ୍ର ବିଶାକ୍ତ ଇଞ୍ଜେକ୍ସନ୍ରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଶିଶୁଟିକୁ ଚିକିତ୍ସା କରୁଥିବା ଡାକ୍ତର ଫେରାର ହୋଇଯାଇଥିବା ଜଣାଯାଇଚି । ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, କମିର ଉଦ୍ଧିନ୍ ଖାଁଙ୍କର ୬ମାସର ଶିଶୁ ପୁତ୍ର ସେକ୍ ସରିଫଉଦ୍ଧିନଙ୍କୁ ଜ୍ୱର ହୋଇଥିଲା । ତାଙ୍କ ପରିବାର ଲୋକେ ବ୍ରହ୍ମବରଦ ବ୍ୟାଙ୍କ ଛକ୍ରେ ଥିବା ନିୟୁଲାଇଫ ମେଡିସିନ୍ ଷ୍ଟୋରକୁ ନେଇଯାଇଥିଲେ । ମଧୁବନ୍ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ସୁଧିର ସାହୁ ଏହି ମେଡିସିନ୍ ଦୋକାନକୁ ଆସୁଥିବା ବେଳେ,ସେକ୍ ସଫିକ୍ ଉଦ୍ଦିନ୍ର ସ୍ୱାସ୍ଥ୍ୟପରିକ୍ଷା କରିଥିଲେ । ଡାକ୍ତର ସାହୁଙ୍କ ନିଦେ୍ର୍ଦଷ ମତେ କସିର ଉଦ୍ଦିନ୍ ଏହି ଦୋକାନରୁ ଔଷଧ ଇଞ୍ଜେକ୍ସନ କିଣିଥିଲେ । ମେଡିସିନ୍ର ଦୋକାନର କର୍ମଚାରୀ ଇଞ୍ଜେକ୍ସନ୍ ଦେଇଥିଲେ । ଇଞ୍ଜେକ୍ସନ୍ ଦେବାରୁ ଶିଶୁ ଅବସ୍ଥା ଗୁରୁତର ହୋଇଥିଲା । ଯାଜପୁରକୁ ନେବା ବାଟରେ ମୃତୁ୍ୟ ଘଟିଥିଲା ।

Related Posts

About The Author

Add Comment